ବ୍ୟର୍ଥ ନୁହେଁ ଏ ଜୀବନ
ବ୍ୟର୍ଥ ନୁହେଁ ଏ ଜୀବନ
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା
------------------------------------------------
ଭବିଷ୍ୟତ ସିନା ଜଣାନାହିଁ, ହେଲେ ଅତୀତ ତ ଅଛି ଜଣା ।
ବିଗତର ଭୁଲ୍ ପୁଣି ଦୋହରାଇ, କାହିଁ ମନ ହୁଏ ବାଟବଣା ।।
ପୁଣି ସେଇ ଦୋଷ ତୃଟି କରି ଚାଲେ, ପଛ କଥା ଭୁଲିଯାଇ ।
ପୁନଃ ପୁନଃ ପୁନରାବୃତିରେ, ଭାଗ୍ୟେ ଦୋଷ ଲଦି ଦେଇ ।।
ବୁଝିବାର ଶକ୍ତି ଅଛି ବୋଲି ସିନା, ମଣିଷ ଜନ୍ମ ମହାନ ।
ସେଇ ମହାନିୟତା କାହିଁ ଭୁଲୁଂଠିତ, କାହିଁ ଦିଶଇ ନଗନ୍ୟ ।।
ଯେତେ ଦୂର ଆଖି ବିସ୍ତାରି ଦେଖିପାର, ବିସ୍ତୃତ ବିଶାଳ ଧରା ।
ସବୁଥିରେ ଅଛି ଗୁଣ ଖୁଣ ମିଶି, ତଥାପି ଦିଶେ କେଡେ ସୁନ୍ଦର ।।
ଭଲ ପାଇବାଠୁ, ଆଉ ଭଲ କାମ ଏ ବିଶ୍ବରେ ବୋଧେ କିଛି ନାହିଁ ।
ସବୁ ସାଧ୍ୟ କରେ ଏ ମଣିଷ ଜ୍ଞାନ, ବୁଧି, ବିବେକ, ଅଭିଜ୍ଞତାକୁ ଖଟାଇ ।।
ତେଣୁ ଭଲ ପାଇ ଚାଲ ସବୁରିକୁଂ, ଦୟା ପରବଶେ ଘୃଣା କରି ବିସର୍ଜନ ।
କ୍ଷଣିକ ଅତିଥି ସଂସାର ଭବନେ, କ୍ଷଣିକେ ହୋଇ ଯିବା ତ ଉଭାନ ।।
ଧୂଳି ଖେଳ ଘର ଧୂଳିରେ ମିଶିବ ଆଖି ଆଗେ, ଅନ୍ତରଧ୍ୟାନ ଯିବ ହୋଇ ।
ଅସ୍ତିତ୍ବ ନରହିବ ମିଶିଯିବ ଅନ୍ତରୀକ୍ଷେ, ପାଣି ସାଥେ ଯାଏ ଲୁଣ ଯେପରି ମିଳାଇ ।।
କାହିଁ କଳିଗୋଳ କାହିଁକି କନ୍ଦଳ, ଦୁଇ ଦିନ ଖେଳ ଘରେ ।
କା’ର ଲୁହ ପୋଛି, କା’କୁ ହସାଇ ନିର୍ବାହ ଜୀବନ, ସଂକ୍ଷିପ୍ତ ଏ ପରିସରେ ।।
ହାତ ସାଥେ ହାତ ମିଶାଇ ବନ୍ଧୁ, ପାଦେ ପାଦେ ହୋଇ ଚାଲୁଥିଲେ ।
ଉଠନ୍ତା କେତେ ଆନନ୍ଦ ଲହରୀ, କେତେ ଭଲ ଲାଗନ୍ତା ଭାବ ତ ଥରେ ।।
*****************