Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

2.7  

Hrushikesh Satpathy

Others

ଜନ୍ମ ଦିନ ଅବସରରେ

ଜନ୍ମ ଦିନ ଅବସରରେ

1 min
2.1K


ରାଜା ପୁଅ ଆମ ସିତୁଲ ବାବୁ ଟି

  ଶୀତେଇ,ଗେଲ୍ହେଇ ଚାହେଁ ।

ଜନମ ଦିନ ତା' ପାଳିତ ହେଉଛି

  ନାଚି ନାଚି କଥା କୁହେ ।।


ବଡ ଭାଇ ତା'ର ଶ୍ରୀ ଭରା ଶ୍ରୀ ରାମ

   ସାନ ସେ ଭାଇ ଲକ୍ଷ୍ମଣ ।

ଜଗତ ଭିତରେ ଜଗତ ଜିତା ସେ

   ସବୁ ଗୁଣରେ ନିପୁଣ ।।


ଆକାଶରେ ତାରାଗଣଙ୍କ ମେଳରେ

   ସିଏ ଆମ ଧ୍ରୁବ ତାରା ।

ମିଛ ରାଜାର ଏ ଛୋଟ ଅଗଣାରେ

   ବଡ ରାଜା ଟିଏ ପରା ।।


ନୀଳ ଆକାଶର  ଶରଦ ଶଶୀ ବି

   ତୁମକୁ କଣେଇ ଚାହେଁ ।

ତୁମରି ହସର   ଜୁଆର ଆଗରେ

   ଜୋଛନା ତା' ଲୁଚିଯାଏ ।।


ହଜାର ହଜାର  ହସର ବଜାରେ

    ତୁମ ହସର ଚାହିଦା ।

ନାଲି ଟୁକୁ ଟୁକୁ  ସାଧବ ବୋହୂର

   ମନ ଟାଣି ନିଏ ସିଧା ।।


ଆଜି ଏ ଦିନରେ ଶୁଭ ଅବସରେ

   ଅଜସ୍ର ଆଶିଷ ଦେଉ ।

ଦୀର୍ଘ ଜୀବନର କାମନା ଆମର

   ତୁମ ମସ୍ତକରେ ଥାଉ ।।


ମହୁ ଠାରୁ ମିଠା   ବଚନ ତୁମର

   କଇଁ ଠୁ କୋମଳ ମନ ।

ସାଇ ପଡ଼ିଶାରେ ସାଥିଙ୍କ ମେଳରେ

    ବିତୁ ତୁମ ସବୁ ଦିନ ।।


ବାପା ମାଆଙ୍କର   ନୟନ ପିତୁଳା

    ପରି ଚିର ଦିନ ରୁହ ।

ପାଠରେ ଶାଠରେ ସହରେ ନଗରେ

    ଯଶସ୍ୱୀ,ତେଜସ୍ୱୀ ହୁଅ ।।


Rate this content
Log in