Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Others Thriller

3  

pratap nayak

Others Thriller

ଗର୍ଭିଣୀ ଆକାଶ

ଗର୍ଭିଣୀ ଆକାଶ

1 min
221


କନିଆଁ ଖୋଜୁଛି କିଆ ଗୋହିରିରେ,

ନିରବ ଆଖିପତାର ଅନ୍ତରାଳେ 

ଚୁନା ଚୁନା ମେଞ୍ଚାଏ କବିତା ।

ଅଧମର ସାରୁବିଲେ ଶଙ୍ଖ ତୂରୀବାଜେ 

ସାଜେ ପୁଣି ସିରି ସିରି ବାଆ 

ମତାଣିଆ ପ୍ରଗଳ୍ଭ ଗାଳ୍ପିକ 

ଖୋଜେ କାହିଁ ସାମିଆନା ରଙ୍ଗବେରଙ୍ଗର ।

ହସି ହସି ଚାଲିଯାଏ ରାଣୀବେଙ୍ଗୁଲି

ଟାହିଆ ଧରିପାରେନା ତତେ 

ନିଗାଡି ଛାଡିଦିଏ ସରୁ ନାଳି ଧୀରେ ।

କଖାରୁ ଫୁଲିଆ ମୁହଁ

ପିଚକାରୀ ମରା ଧନ

ଖୋଜୁଥାଏ ସିପସରୁ ବାଲି,

ଯେମିତି ରାଧା ନାଚିବ 

ତାଳିମାରି ସଖୀ କଣ୍ଢେଇରେ ।

ତା ଭିତରେ ତୋ ହାତ

ତା ଭିତରେ ମୋ ମୁହଁ

ଟୋପିଟୋପି କୁହୁକ ମୁଣିରେ,

ପରସିବ ହୃଦୟର ଜ୍ୱାଳା

ତୋଅର 

ପୁଣି ମୋର ବି ।

ସଘନ କୁହୁଡି ଜଡେଇ ରଖିବ,

ଉଜୁଡା କିଆରି ହସୁଥିବ 

ତୋ ମୁହଁକୁ ଚାହିଁ,

ଆଉ ତୁ ହସୁଥିବୁ କିରିକିରି

ଚାହୁଁଥିବୁ ମତେ

କେବେ ପୁଣି 

ଚାହୁଁଥିବୁ ଗର୍ଭିଣୀ ଆକାଶ ।


Rate this content
Log in