Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Classics Drama Fantasy

5.0  

ବି. ନିରୁପମା

Classics Drama Fantasy

ଆ'.. ଆ ମୋ ପାଶକୁ ଧାଇଁ

ଆ'.. ଆ ମୋ ପାଶକୁ ଧାଇଁ

1 min
7.1K



ଆଖି ପାଣି ମୋର ଆଖିରେ ମଲାଣି

ତୋଅରି ବାଟକୁ ଚାହିଁ,

ବିଳମ୍ବ ତୁ ଆଉ କରନା-ରେ ଜମା

ଆ'...ଆ ମୋ ପାଶକୁ ଧାଇଁ ।(୦)


ଅଖଣ୍ଡ ଭରସା ରଖିଅଛି ମୁହିଁ ,

ତୋହ ଦରଶନ କରିବାର ପାଇଁ ;

ଭାଙ୍ଗନା, ଭାଙ୍ଗନା ସେ ଆଶା ଟିକକ

ପର କଲେ ଯିବି କାହିଁ ।(୧)


ବିଳମ୍ବ ତୁ ଆଉ କରନା-ରେ ଜମା

ଆ'...ଆ ମୋ ପାଶକୁ ଧାଇଁ ।

ଦୁଧ,ଦହି ସିନା ପାରିବିନି ଖୋଇ ,

ମୋ ନୟନ ନୀରେ ଦେବି ପାଦ ଧୋଇ;

ଭାବରେ ମଗନ ହେବିରେ କହ୍ନାଇ

ମୋହନ ମୂରତି ଚାହିଁ ।(୨)


ବିଳମ୍ବ ତୁ ଆଉ କରନା-ରେ ଜମା

ଆ'....ମୋ ପାଶକୁ ଧାଇଁ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Classics