Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Tragedy Inspirational

2  

Mamatamanjari Das

Tragedy Inspirational

ଆସ ଯିବା ବନ୍ଧୁ ଗାଁ କୁ ଫେରି

ଆସ ଯିବା ବନ୍ଧୁ ଗାଁ କୁ ଫେରି

1 min
7.2K


ଆସ ଯିବା ବନ୍ଧୁ ଗାଁ କୁ ଫେରି

ତୋଳିବା ସେଇଠି ଘର

ସେନେହ ପୀରତି ବାଣ୍ଟିବା ସେଇଠି

ଗଢିବା ସୁନା ସଂସାର ।

ସହରଟା ସିନା ଚାକଚକ୍ୟେ ଭରା

ଭରିଛି କେତେ ଯେ ବିଷ

ସ୍ନେହ ବଦଳରେ ପ୍ରତାରଣା ଏଠି

ମିଳେନାହିଁ ଖୋଲା ହସ ।

ଗାଁ ମାଟି ଗୋଡି ପାଣି ପବନଯେ

କହେ କେତେ ମିଠା କଥା

ଥରୁଟିଏ ସେଠି ପାଦ ରଖିଦେଲେ

ଛାଡିଲେ ଲାଗଇ ବ୍ୟଥା ।

ହିଂସ୍ର ଯନ୍ତୁ ସମ ସହରି ମଣିଷ

ଦିନ ରାତି ବାଣ୍ଟେ ବିଷ

ଅଣନିଶ୍ୱାସୀ ଏ ସଂସାର ଜଞ୍ଜାଳେ

ମନ ଚାହେଁ ଖୋଲା ହସ ।

ଗାଁ ରେ ଆମର ସିନା ଚାଳଘର

ହେଲେ ସହରଠୁ ଭଲ

ନଥାଏ ସେଠାରେ ଛନ୍ଦ କି କପଟ

ସଭିଏଁ ବୁଝନ୍ତି ସ୍ନେହର ମୂଲ୍ୟ ।

ଗାଁ ସୁଖ କାହୁଁ ସହରେ ମିଳିବ

ଏଠି କାହିଁ ବା ପ୍ରକୃତି ରାଣୀ

ନଦୀ ନାଳ ପଠା କ୍ଷେତ ବାଡି ତୋଟା

ମନକୁ ଯେ ନେବ ଟାଣି ।

ସହର ବଜାର ଲାଗେ ଅନ୍ଧାରୁଆ

ଚାରିଆଡେ ଧୂଳି ଧୂଆଁ

ସହରରେ ଖାଲି କଂକ୍ରିଟ ଜଙ୍ଗଲ

ସଭିଙ୍କ ମନରେ ନିଆଁ ।

#Positiveindia


Rate this content
Log in