Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

3  

Minakshi Samal

Others

ଭୂମି ଦହନ-ଶେଷ ରଜ

ଭୂମି ଦହନ-ଶେଷ ରଜ

1 min
238


ମନଭରି ଶେଷରଜ

            ଦିନଟିକୁ ପାଳିବା

ଆଗାମୀ ବର୍ଷର

        ଅପେକ୍ଷାରେ ପୁଣି ରହିବା।

ଦୁଇ ଦିନ ଧରି ନାନା

            ପିଠାପଣା ଭୁଞ୍ଜିଲେ

ସାଙ୍ଗସାଥି ମେଳେ ମଜା 

            ମଉଜ ଯେ କରିଲେ।

ରଜ ଦୋଳି ପାଖେ 

          ଛୋଟ ବଡଙ୍କର ଗହଳି

ମନ ଖୁସି ହୋଇଯାଏ 

            ଦେଖି ଜନଙ୍କ ମେଳି।

ଆଜି ରବିବାରେ ଘରେ

             ଆମିଷର ବ୍ୟଞ୍ଜନ

ଆମ ଓଡିଆଙ୍କ ପେଟ,

             ମନ କରେ ରଞ୍ଜନ।

ସମ୍ପର୍କରେ ନିବିଡ଼ତା 

            ଆଣଇ ଏ ପରବ

ବଞ୍ଚାଇବା ପରମ୍ପରା 

            ଯାହା ଆମ ଗରବ।

ହୃତ ହୋଇ ଯାଉଥିଲା 

             ପରମ୍ପରା ଆମର

ଜାଗ୍ରତ ପ୍ରହରୀ ସାଜି 

             ବଞ୍ଚାଇଲେ ସତ୍ତ୍ବର।

ଓଡ଼ିଶାର ଚଳଣୀ 

           ପରମ୍ପରାର ଐତିହ୍ୟ

ଜାଣନ୍ତୁ ଯେ ବିଶ୍ବବାସୀ 

            ଏହା ଅଟେ ମହାର୍ଘ୍ୟ।



Rate this content
Log in