ବିହଙ୍ଗମ
ବିହଙ୍ଗମ
ବିହଙ୍ଗ ଟେ ଯେବେ ମୁଁ ହୋଇଥାନ୍ତି
ନୀଳ ଆକାଶ କୁ ଉଡିିିିିଯାଆନ୍ତି
ଦୂରେ ଦୂରେ ବହୁ ଦୂୂୂରେ ଯାଆନ୍ତି ମୁଁ ଉଡି
ଯେ ଯାଏଁ ଡେଣା ଯୋଡିକ ନ ଯାଇଛି ଛିଡି।।
ଆକାଶ ର ନୀଳିିମାରେ
ଦିଅନ୍ତି ନିଜ କୁ ହଜେଇ
ବରଷା ର ସଙ୍ଗୀତ ରେ
ତନୁ ଓ ମନ ଭିଜେଇ।।
ଗୀତ ଗାଆନ୍ତି ଉଚ୍ଚ ସ୍ବରେ
ପବନ ର ତାଳେ
ଉଡି ବୁଲନ୍ତି ଡେଣା ମେଲି
ବିହଙ୍ଗ ଙ୍କ ମେଳେ।।
ଖାଦ୍ୟ ପାଇଁ ଯାଆନ୍ତି ଉଡି
ଅରଣ୍ଯ ମଧ୍ଯ କୁ
ଖାଆନ୍ତି ଫଳ ମନ ଭରି
ନ ଥିବେ ରୋକିବା କୁ।।
ପେଟ ଭରି ଖାଇସାରି
ଯାଆନ୍ତି ପୁୁଣି ଉଡି
ବରଷା ରୁ ପିିଅନ୍ତି ପାଣିିିିିିିି
ଡେଣା ମୋର ଝାଡ଼ି।।
ମଣିଷ ର ପାଖାାପାଖି
କେବେ ମୁଁ ନ ଯିବି
ତା'ର ଲୌହ ପିଞ୍ଜରା ରେ
ଧରା ମୁଁ ନ ଦେବି।।
ନ ରହିବି ସାଥେ ତା'ର
ନିଷ୍ଠୁର ଏ ଜାତି
ବେଳୁୁୁବେଳ ବଢୁୁୁଅଛି
ତା ହିଂସାତ୍ମକ ମତି ।।
ଡର ଭୟ ମନୁ ତଡି ନିିିର୍ଭୟ ର ସହ
ଅସ୍ତଗାମୀ ରବି କୁ କୁହନ୍ତି
ଆଉ ଟିକିଏ ରହ ।।