Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satya Sundar Das

Others

3  

Satya Sundar Das

Others

ମୌସୁମୀ ପରା ଆସିଛି

ମୌସୁମୀ ପରା ଆସିଛି

1 min
13.4K


 
ମୌସୁମୀ  ଆସିଛି 
 
ମୌସୁମୀ ପରା ଆସିଛି  ଆମ ସହରକୁ !!
ଏଥର ବିଜୁଳି ବିଲଟା ଟିକେ କମିବ 
କୁଲର ଏସିକୁ  ବିରତି ମିଳିବ
ବସ୍ତି ସ୍କୁଲର ମଧ୍ୟାନ ଭୋଜନ ମହକିବ
ଧପ୍ ଧପ୍ କୋଇଲା ଆଞ୍ଚରୁ !
ନାମକରା ହୋଟେଲର  ଭାଉ ହଟିବ 
ପଖାଳ ଖିଆ ଗ୍ରାହକ ଅଭାବରୁ !
 
 
ଓଦାଳିଆ ଖବର କାଗଜଟା ପଡିବ  ଫାଟକ ପାଖରେ
'ମେଘ' ମିଲି ମିଟରର ଅପଡେଟ ଆସିବ ଟିଭି ପରଦାରେ ,
'ମୁନସୁନ' ଅଫର ବ୍ୟାନର ଝୁଲିବ ବଡ଼ ମଲରେ !
 
ସହରର ତାଟି ଘେରା ଜଳଛତ୍ର ଉଠିଯିବ
ଖରାବେଳ ପାଣିଖର୍ଚ୍ଚର ହିସାବ ଦେବାକୁ !
ସହରୀ ଗାଈ ପିଚୁରାସ୍ତା ଛାଡି
ଆଉଜି ରହିବେ ଦୋକାନ ବାରଣ୍ଡାକୁ !
'ଚା' କେଟଲିଟା ମୁରୁକି ହସିବ
ଦେଖିକି ଝିପ ଝିପ ବର୍ଷାର ନୂଆ ଗ୍ରାହକକୁ !
ରାସ୍ତାରୋକ ବେଳରର ଟାୟାର ଜଳା ପିଚୁ ରାସ୍ତାର 
ପୁରୁଣା ଖାଲ  ଭରି ଯିବ, ଦେଖି ନୂଆ କାଦୁଅକୁ !
ଫି ବର୍ଷ ପରି ସହରୀ ଡ୍ରେନ ପୁଣି ଉଛୁଳି ପଡି
ଛୁଇଁ ଯିବ ଆଉ କାହା ଘର ଡ୍ରଇଂ ରୁମକୁ !
 
ଆରେ ବ୍ୟସ୍ତ ହୁଅନା !
ମୌସୁମୀ ପରା ଆସିଛି ଆମ ସହରକୁ !!
 
 
ସତ୍ୟ ସୁନ୍ଦର ଦାସ
ଅନଗୁଳ
 
 


Rate this content
Log in