Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradipta Sundar Rath

Romance Abstract Others

2  

Pradipta Sundar Rath

Romance Abstract Others

ନୂତନ ବରଷ ନୂତନ ଆଶା

ନୂତନ ବରଷ ନୂତନ ଆଶା

1 min
1.3K


ନୂତନ ବରଷ ନୂତନ ଆଶା 

ବଦଳିଗଲା କାଲେଣ୍ଡର

ପଚାରୁଛି ଆଜି 

ମନ ହୃଦୟକୁ 

ବଦଳିବନି କି ତୋ ପରିଚୟ 

ଥିଲୁ ତୁ ଅଚିହ୍ନା 

ହେଲୁ ତୁ ଆପଣା 

ଲାଗୁ କାହିଁ ସାଥୀ ହୃଦୟର 

ରେ ରେ ...ପାଗଳ 

ହୃଦୟ ମୋର 

କହିଦେ ତାକୁ 

ହାପି ନିଉ ଇଅର୍ ସହ 

ତୁ ମୋର ଜୀବନ ସାଥି ।

ଅଛି ସେହି ଦିନ ଅଛି ସେହି ମାସ 

ବଦଳନି କିଛି ସମୟ 

ବାଜେ କାହିଁ ସାହାନାଇ 

         ନାଚେ କାହିଁ ଏ ଦୁନିଆ 

ପଚାରିଲେ କହେ କିଏ 

ମିଳିଛି ସମୟକୁ ଏକ ନୂଆ ପରିଚୟ 

ସ୍ବାଗତମ୍ ସ୍ୱାଗତମ୍ ୨୦୧୮ ।

ଅଛି ସେହି ବନ୍ଧୁତା 

       ଥିବା ସେମିତି ଆପଣାର 

ବାଜିବ ଖାଲି ସାହାନାଇ

        ନାଚିବ ଏ ଦୁନିଆ 

ମିଳିବ ଆମ ସଂପର୍କ କୁ ନୂଆ ପରିଚୟ 

ରେ ରେ ....ପାଗଳ ହୃଦୟ ମୋର 

କହିଦେ ତାକୁ

ହାପି ନିଉ ଇଅର୍ ସହ 

ମୁଁ ତତେ ଭଲପାଏ ମୋ ପ୍ରିୟା ।


Rate this content
Log in