Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Romance Tragedy

2  

Dambarudhar Bag

Romance Tragedy

ଦଦରା ନାଆ

ଦଦରା ନାଆ

1 min
406


ତୁମେ ଯେତେ ବେଳେ ଖୁସିରେ ରୁହ

ଲାଗିଥାଏ ମୋତେ ବହୁତ ଭଲ ।

ଭାଙ୍ଗି ପଡ ଯେବେ ଟିକିଏ ଦୁଃଖରେ

ହୃଦୟଟା ମୋର ହୁଏ ବିକଳ।

କିଭଳି ସାଥୀଟେ ତୁମେ ମୋର ପ୍ରିୟା

ବୁଝି ତ ହୁଏନା ମୂଳରୁ ସତ ।

ବୁଝିବାକୁ ଯେତେ କରେ ଉଦ୍ୟମ

ଜଟିଳ ଜଟିଳ ଲାଗେ ବହୁତ ।

ଛାଇ ଆଲୁଅ ର ଜୀବନ ମଧ୍ଯେ

ଘଟିଥାଏ କେତେ ଅକୁହା କଥା ।

କହି ତ ହୁଏନା କାହାରି ଆଗେ

ଭାବି ଭାବି ଖାଲି ଘୁରୁଛି ମଥା ।

ସୁଖ ପଛେ ପଛେ ଧାଇଁଲେ ଯେତେ

ଦୁଃଖ ଛଡା କିଛି ମିଳେନି ଆଉ ।

ଦୁଃଖ କୁ ନିଜର ସୁଖ ସୁଖ ବୋଲି

ଏଇ ଜୀବନଟା ଅବଶ୍ୟ ଯାଉ।

ଜୀବନଟା ମୋର ଦଦରା ନାଆ

କାଳର ସୁଅରେ ଭାସି ଚାଲିଛି ।

ପାଣି ଭଉଁରି ରେ ଅବା ସେ ବୁଡିବ

ସତ ସତିକାସେ ଜଳେ ଘୁରୁଛି ।

ଆସିବକି ସାଥୀ ହେବ ସହାୟ

ଦଦରା ନାଆରେ ନାବିକ ହୋଇ ।

ଭଲରେ ଭଲରେ ମାରିଦେଲେ କାତ

ନାଆ ଟା ଫେରିବ ଆଶ୍ବସ୍ତ ହୋଇ।


Rate this content
Log in

Similar oriya poem from Romance