Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

2  

Dambarudhar Bag

Others

ବହୁରୂପୀ

ବହୁରୂପୀ

1 min
6.7K



କାହାକୁ କହିବି ମନର ବେଦନା

କହିଲେ କି ଅବା ମିଳିବ ଖୁସି ।

ଏମିତି ତ ଏଠି ଜୀଉଁଛି ଜୀବନ

ଦୁଃଖରେ ବି ଟିକେ ଦେଉଛି ହସି।

ଭଲ ଲୋକ ବୋଲି ଯାହାକୁ କହିବ

ଭଲ ସିଏ ଏଠି ଜମାରୁ ନୁହଁ ।

ବିଶ୍ବାସରେ ବିଷ ଦିଅନ୍ତି ସେ ଜନ

କାହାକୁ ଯେ ଭଲ କହିବ କୁହ?

ଦେଖିଛି ଅନେକ ଏଇ ଦୁନିଆରେ

ଭଲ ଲୋକ ଭଳି ଦିଶନ୍ତି ସିଏ।

ଭିତରେ ଭିତରେ କେତେ ବିଷଧର

ନିଜ ଛଡା ଆଉ ଜାଣିବ କିଏ ?

ବିଶ୍ବାସ ଜମାରୁ କରି ତ ହୁଏନା

ସେଭଳି ବହୁରୂପୀ କୁ ।

ନିତି ବଦଳାନ୍ତି ରୂପକୁ ତାଙ୍କର

ଚିହ୍ନି କି ପାରିବ ତାକୁ ?

କରିବାକୁ ହେବ ଦୂରୁ ଜୁହାର

ଯଦି ବା ଦେଖୁଛ ତାକୁ ।

ପାଶ ମାଡିବନି ସତରେ କହୁଛି

ବିଶ୍ବାସ ନାହିଁ ତାହାକୁ ।

କାଳ ସର୍ପ ଭଳି ବୁଲୁଥାନ୍ତି ସିଏ

ଟେକି ଦେଇ ନିଜ ଫଣା ।

ସୁଯୋଗ ଦେଖିଲେ ଚୋଟ ସେ ମାରନ୍ତି

କରିନ୍ତି ସେ ବାଟ ବଣା ।

******************

ଶ୍ରୀ ଡମ୍ବରୁଧର ବାଗ


Rate this content
Log in