Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Children Inspirational Tragedy

4.6  

BISWESWAR MAJHI

Children Inspirational Tragedy

ଶେଷ ବାଜିରେ ବାଜିଆ

ଶେଷ ବାଜିରେ ବାଜିଆ

1 min
13.7K


ମାଡ଼ି ଆସୁଥିଲେ ଫିରଂଗି ସେନା

ବାଜିଆ ଘାଟରେ ନାଲିଆ ବାନା ।

ବାର ବରଷ ବୟସ

ବାତିନି ପାଇଛି ସେଲାଗି ଯତନେ ଭିଡିଛି ଡଂଗାର ଫାଶ !!


କହିଲେ ଫିରଂଗି ଆଣ ନଉକା

ବେଗି ବେଗି ଆଣି ନଂଗର ପକା

ଆମେଟି ତୁମର ରାଜା

ଆଦେଶ ଆମର ନମାନିବ କିଏ ଅଛିବା ଏଠି ପରଜା !!


ବାଜିଆ ବସିଛି ବଧିର ପରି

ପଣ କରିଛି ନ କରିବ ପାରି ।

ଘାଟର ସେ ପରା ରାଜା

ଆଉ କିଏ ରାଜା ଆଦେଶ ଦେବ ଗରମ କରି ତା ଭେଜା !!


ଧମକ ଦେଲେ ସେ ଅସ୍ତ୍ର ଉଂଚାଇ

ମେଂଚଡ ଟୋକାଟା ଡରଇ ନାହିଁ ।

ଏଡେ ବହପ ତାହାର !

ନଦୀ ଆରପଟୁ ଗୁଳି ଦାଗିଦେଲେ ଗଳିଗଲା ତା ଶରୀର ।


ମଲା ବେଳେ ମୁଣ୍ଡେ ମାଟି ଲଗାଇ

କହିଲା ମା' ତୋ ଋଣ ସୁଝଇ

ଯାଉ ପଛେ ମୋ ଜୀବନ !

ଢେଙ୍କାନାଳ ଭୂଇଁ ସୁରକ୍ଷିତ ହେଉ ରହୁ ଓଡିଶାର ମାନ ।


ଧରମା ପଛକୁ ବାଜିଆ ନାମ

ଜାତି ପାଇଁ ଛାତି ପାତିବା କାମ ।

କରି ରଖିଗଲା ଯଶ

ଭୀରୁ ସିନା ଡରେ ମରଣ ଦେଖି ଦେଶପ୍ରେମୀ ମୋଡେ ନିଶ !!

Bisweswar Majhi


Rate this content
Log in

Similar oriya poem from Children