Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ମ୍ରୁତ୍ଯୁ ଆସୁ

ମ୍ରୁତ୍ଯୁ ଆସୁ

1 min
7.0K


ମୃତ୍ୟୁ

ଗୋଲାପରେ ଫୁଟୁ

ଅବା ଗୋଲାପ କଣ୍ଟାରେ

କିନ୍ତୁ ଫୁଟୁ

ଶତ୍ରୁର କମାଣରେ ।

ମୃତ୍ୟୁ

ହରିନାମରେ ଆସୁ

ଅବା ବଦନାମରେ

କିନ୍ତୁ ଆସୁ

ରାଷ୍ଟ୍ରିୟ ସଲାମର ସମ୍ମାନରେ ।

ମୃତ୍ୟୁ

ଦିନରେ ଆସୁ

ଅବା ରାତିରେ

କିନ୍ତୁ ଆସୁ

ସମୟ/ଅସମୟର

ଊର୍ଦ୍ଧ୍ବସ୍ଥ ଜାଗୃତିରେ ।

ମୃତ୍ୟୁ

ଲୁହରେ ଆସୁ

ଅବା ଲହୁରେ

କିନ୍ତୁ ଆସୁ ସାମ୍ନାସାମ୍ନି

ବୀରତ୍ବର ସଂଭ୍ରମରେ ।

ମୃତ୍ୟୁ

ତାଳୁରେ ବସୁ

ଅବା ତଳିପାରେ

କିନ୍ତୁ ବସୁ

ଯୁଦ୍ଧ ଭୂଇଁର ନିର୍ଭୀକ

ଛାତିର ଉପତ୍ୟକାରେ ।

ମୃତ୍ୟୁ

କଳାକନା ବୁଲାଇବାକୁ ଆସୁ

ଅବା ଧଳା କପଡା ଘୋଡାଇବାକୁ

କିନ୍ତୁ ଆସୁ

ସୈନିକ ମଥାରେ ରକ୍ତର ତିଳକ ମାରି

ନିଜେ ବାରମ୍ବାର

ପରାଜୟ ଲଭିବାରେ ।


Rate this content
Log in