Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Romance

2  

Bhakta Malla

Romance

ଫୁଲଦାନୀ

ଫୁଲଦାନୀ

1 min
6.6K


ପ୍ରତିଦିନ ସଜା ହୁଏ

ତମ ଟେବୁଲର

ରଂଗ ଫୁଲଦାନୀ ,

ତମାମ୍ ଦିନ ଚାହିଁ ଥାଅ

ରାତି ହେଲେ ଛିଣ୍ଡାଇ ନିଅ

ଭୋଗିବାକୁ ସଫେଦ ବିଛଣା

ସତେ ଯେମିତି ବିଦେଶୀ ଅତର

ମୁଁ ଏକା ତୁମର , ନୂଆ କରି

ହୋଇଛି ଆମଦାନୀ ।।


ତମ ଶିରାଳ ହାତ ଲମ୍ଫ ମାରେ

ଛୁଏଁ ମୋର ଅନାବୃତ ନଗ୍ନ ଦେହ

ବିପର୍ଯ୍ଯସ୍ତ ହୁଏ ଅନ୍ତ୍ରବସ୍ତ୍ର ,

ତମେ ମତ୍ତ, ମାତ ମୋର

ଦେହର ଭୂଗୋଳେ

ପ୍ରମତ୍ତତା ତମର ଆଦତ ।।

ବିଛଣାରେ ଶେଷ ହୁଏ

ଆଦିମ ସେ ସରୀସୃପ ଖେଳ

ତା'ପରେ ଆମେ ଦୁହେଁ ଭୂତ

ନିସ୍ତବ୍ଧ ନିଥର ହୁଏ

ଏ ଜଡ ଶରୀର

ଶବ ପରି ବରଫ ହେମାଳ ।।


ଏବେ ଏବେ ପିଇଥିବା

ମୋ ଓଠ ଜହର ,

ନୀଳବର୍ଣ ଧରିଲାଣି

ତମ ସର୍ବାଙ୍ଗ ଶରୀର ।।

ମୋ ଦେହର ତାଜା ବାସ୍ନା

ପବନରେ ମିଳେଇ ଗଲାଣି,

ରେଲିଂର ଫାଙ୍କ ଦେଇ

କଅଁଳିଆ କିରଣର ଫର୍ଚ୍ଚା ଆଲୁଅ

ଭିତରକୁ ପଶି ଆସିଲାଣି ,

ଟେବୁଲର ଫୁଲଦାନୀ

ହାତ ଠାରି ମୋତେ ଡାକିଲାଣି ।।



ଭକ୍ତ ଚରଣ ମଲ୍ଲ

22nd November 2017.


Rate this content
Log in

Similar oriya poem from Romance