Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

3.0  

Dr Jharana Satapathy

Others

ଜଗନ୍ନାଥଙ୍କୁ ଖଣ୍ଡିଏ ଚିଠି

ଜଗନ୍ନାଥଙ୍କୁ ଖଣ୍ଡିଏ ଚିଠି

1 min
484




ଜଗତରନାଥ ଆହେ ଜଗନ୍ନାଥ 

ତୁମକୁ ଲେଖୁଛି ଚିଠି

ବିଶ୍ବ ପରିବାର ଭଲରେ ରୁହନ୍ତୁ

କାମନା କରୁଛି ଏଠି


ମା ଲକ୍ଷ୍ମୀଠାକୁରାଣିଙ୍କୁ ଜଣାଇଦେବେ 

ମୋର ସାଦର ପ୍ରଣାମ

ଆଖିର ଲୁହରେ ନିତି ଖୋଜେ

ଅମୃତ ସତ୍ୟର ସନ୍ଧାନ


ମନ ମନ୍ଦିରରେ ଠାକୁର ରୂପରେ 

ପୂଜେ ତୁମକୁ ନିତି

ବିଶ୍ବାସ ବନ୍ଧନରେ ବାନ୍ଧିଦିଅ ମତେ

ଛଳନା ନ କର ମୋ ପ୍ରତି


ମନ ଆଇନାରେ ଦେଖେ ତୁମକୁ

ବିଶ୍ବାସ ମନରେ ରଖି

ଝରିପଡେ ମୋର ନୟନରୁ ଅଶ୍ରୁ  

ତୁମ ଚକାଆଖକୁ ଦେଖି


ସଭିଙ୍କ ମୁଖରେ ହସ ଭରିଦିଅ ପ୍ରଭୁ

କାହାକୁ ଦିଅନି ଦୁଃଖ

ଭରିଦିଅ ଥାଳି ପ୍ରଭୁ କରେ ମୁଁ ଅଳି

ଭିକ୍ଷୁକ ପରି ମାଗେ ଭିକ ।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in