Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Action

2  

Prasanna Kumar Madala

Action

ପୋତିବା ବିଭିନ୍ନ ଚାରା

ପୋତିବା ବିଭିନ୍ନ ଚାରା

1 min
138


ଚାଲ ରବିବାରେ    ନଦୀ ଆରପାରେ

ଗଛ ଲଗାଇବା ବଣେ

ଏହି କାମ ପାଇଁ     ଯିବା କିବା ନାଇଁ

କୁହ ପିଲେ ଜଣେ ଜଣେ ।


ଭାବୁଅଛ ଯଦି    ପାର ହେଲେ ନଦୀ

ପଶୁପକ୍ଷୀ ହେବେ ଭେଟ

କାହିଁ କେଉଁ କାଳୁ    ଗଲେ ବାଘଭାଲୁ

ପୂରାଇ ନପାରି ପେଟ ।


ଆଗଭଳି ଆଉ    ଖୋଜିଲେ କି ପାଉ

ବନସ୍ତରେ ନାନା ଜୀବ

ମଣିଷ ତ ଯାଇ     ସେହି ଥାନ ପାଇ

ଜାଗା ମାଡ଼ି ରହିଥିବ ।


ଆମେ ତାଙ୍କ ଘରେ   ସିଏ ଆମ ଡରେ

ଗଲେଣି ତ ବାସ ଛାଡ଼ି

ତାଙ୍କଠୁ ଛଡ଼ାଇ       ବସତି ବଢାଇ

ଆଗେ ଯାଉ ଆମେ ମାଡ଼ି ।


ଠେକୁଆ ବିଲୁଆ      ହନୁ ବଣଭୁଆ

ଦେଖା ମିଳି ଯାଇପାରେ

ଅଳ୍ପ କିଛି ପକ୍ଷୀ     ଖାଦ୍ୟ ଆଶା ରଖି

ଥିବେ କାଳେ ସେହିଠାରେ ।


ଛାଡ଼ି ନିଜ ବାସ   କେତେ ଗଲେ ନାଶ

ମରି ହଜି ଏହି କାଳେ

କରିଥାନ୍ତେ କଣ      କମିଗଲେ ବଣ

ରହନ୍ତେ ବା କେଉଁ ଡାଳେ ।


ମିଳିମିଶି ଆମେ     ଏହି ଭଲ କାମେ

ଖଟାଇବା ବଳ ସାରା

ଏଥର ତ ଚାଲ     ଖୋଳି କିଛି ଖାଲ 

ପୋତିବା ବିଭିନ୍ନ ଚାରା ।


ଜୀଇଁଯିବ ଯେବେ କିଛି ହେଲେ ତେବେ

ହେବ ବଡ଼ ଉପକାର

ହେଲେ ଫୁଲ କଢି    ପୁଣି ବୀଜ ପଡ଼ି

ବଢ଼ିବ ବଣ ଆକାର ।



Rate this content
Log in

Similar oriya poem from Action