Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Inspirational

2  

Prakash Sahoo

Inspirational

କାଳିଆ ସାଥେ ବାର୍ତ୍ତାଳାପ

କାଳିଆ ସାଥେ ବାର୍ତ୍ତାଳାପ

2 mins
6.7K


କାଳିଆରେ ତୋତେ ଶୁଭୁଛି କି ନାହିଁ

ଆଜି କାହିଁ ମନେ ହେଉଛି

ତୋ ପାଖରେ ଟିକେ ବସିବାକୁ

ତୋ ସାଥେ ଦୁଇ ପଦ କଥା ହେବାକୁ

ତୁ ତ ଜାଣୁ ମୁଁ ତୋତେ କେତେ ଭଲପାଏ

ଖାସ ଏଇଠି ପାଇଁ ତ ମୁଁ

ତୋ ଭକତ ଖାତାରେ ଅଛି କି ନାହିଁ

ଜାଣିନାହିଁ ତଥାପି ତୋତେ ମୁଁ ହୃଦୟରେ

ରଖିଛି ତୁ କାହିଁକି ବେଳେ ବେଳେ 

ଏମିତି ହେଉଛୁ ଯେ କେତେବେଳେ

ଶ୍ରୀମନ୍ଦିର ଛାଡି ମାଉସୀ ଘରକୁ

ପଳାଉଛୁ ପୁଣି କେବେ ଅଣସରରେ

ରହି କାହାକୁ ଦର୍ଶନ ଦେଉନାହିଁ।

ତୋତେ ଦେଖିବାକୁ କେତେ ଅବଳା

ଦୁର୍ବଳା,ଦୁଃଖୀ ଅପେକ୍ଷା କରି ରହିଥାନ୍ତି

ତୁ କଣ ଜାଣିପାରୁନାହୁଁ ସେ କଥା

ଦିନରେ ତୋ ପାଖେ କେବେ ଯେ

ସମୟ ଅଛି କହିଲୁ ତୋ ପାଖେ

ବସିବାକୁ କେତେ କାମନା ତୋର

ସେଠି ପାଇଁ ତ ମାଟି ମାର ବିଶ୍ରମ

ସମୟରେ ବସିବାକୁ ଇଚ୍ଛା କରିଛି

ତୋ ପାଖେ ଆଜି ତୁ ଦେଖିଲୁଣି ନା

ଆକାଶରେ ପୁନେଇଁ ଜହ୍ନ ଆଉ

ଝିଲ ମିଲି କରୁଥିବା ତାର ମାନଙ୍କୁ

ସମସ୍ତେ ତୋତେ ମୋ ପାଖେ ଦେଖି

ଏମିତି ହେଉଛନ୍ତି କାରଣ ସେମାନଙ୍କୁ

ଜଣା ଆମର ସମ୍ପର୍କ ଏହି ଦେଖ ଏହି

ଶିରି ଶିରି ପବନ ଦେହରେ କେମିତି

ଲାଗୁଛି ଆଉ କହୁଛି ହଇରେ ଭକତ 

ପିଲା ତୁ କଣ ଏକା ତାର ଭକତ?

ମୁଁ ତାକୁ କେମିତି ବୁଝାଇବି କହିଲୁ

ତୋର ଆଉ ମୋର ଭିତରେ ଥିବା

ସମ୍ପର୍କକୁ କହିଲୁ ଥରେ,ପିଲାଟି ଦିନରୁ

ମୁଁ ତୋତେ ଜାଣେ ଡିମିରି ଫଳ

ଆଉ ନଡ଼ିଆ ଗଛର ପତ୍ରରେ କୁନି

ରଥ କରି ମୁଁ ତୋତେ ସେ ରଥରେ

ବସାଇଛି କେତେ ମୁଁ ତୋତେ ଗାଁ

ରାସ୍ତାରେ ବୁଲାଇଛି କିନ୍ତୁ ଏ କଣ

ମୋ ମନକୁ କେହି ଜଣେ କହୁଛି

ତୁ କୁଆଡେ ଆଉ ଭକ୍ତଙ୍କୁ ଉଧାରୁ ନାହୁଁ

ସଂସାରରେ ପାପ ଭାର ବଢିଛି ବୋଲି

ତୁ ଆଉ ବୋଝ ସମ୍ଭାଳି ପାରୁନାହୁଁ

କିନ୍ତୁ କେବେଳ ତୋତେ ହିଁ ଜଣା

ଏ ଦୁନିଆରେ ପାପିଙ୍କ ବିଷୟରେ

ଆଉ ମୋ ବିଷୟରେ। ପୁଣି ଏବେ ତୋ

ଧୂପର ମହକ ଆସିଲାଣି ବୋଧେ ତୁ

ମୋତେ କିଛି କହିବାକୁ ଚାହୁଁଛୁ

କିଛି ବୁଝାଇବାକୁ ଚାହୁଁଛୁ ହଁ ମୁଁ

ଜାଣିପାରିବିନି ଆଉ ଏହି କଥା ନା

ତୁ ମୋ ପାଖେ ପାଖେ ରହିଛୁ

ମୁଁ ଯେଉଁଠି ଆଉ ଯେପରି ଅବସ୍ଥାରେ

ରହିଲେ ବି ମୋ ଉପରେ ନଜର ରଖିଛୁ

ତୁ ମୋର ସେହି କଳିଆଟି

ସମସ୍ତଙ୍କ ପାଇଁ ଯାହା ଦୁଆର ଖୋଲା

ହାତ ନାହିଁ କି ଗୋଡ ନାହିଁ ତଥାପି

ତୋ ଅଧା ଗଢ଼ା ହାତରେ କେବଳ

ଦେଇ ଚାଲିଛୁ ତୁ ଏହି ଦୁନିଆକୁ

ତୋ ଚକା ଆଖିରେ ଏହି ଦୁନିଆକୁ

ଦେଖୁଛୁ ଶ୍ରୀମନ୍ଦିର ସିଂହାସନରେ ବସି

ଏ ବିଶ୍ୱକୁ ଚଳାଉଛୁ ତୋ କଥା

କାହାକୁ ଅଜଣା ବା କହିଲୁ

ତୋ ଅବଢ଼ା,ତୋ ଟଙ୍କତୋରାଣି,ତୋ ଚନ୍ଦନ

ତୋ ନିର୍ମାଲ୍ୟା, ତୋ ଛଡା ତୁଳସି

ଆଉ କାହା ପାଖେ ଅଛି କହିଲୁ

ତୁ ତ ଓଡ଼ିଆ ଜାତିର ସ୍ୱାଭିମାନ

ଓଡ଼ିଆ ମାଟି ମାର ପାଣିପବନ

ଓଡ଼ିଆ ପ୍ରାଣର ଜୀବନ ତୋ ପାଖେ

କି ହୀରା କି ମୋତି ଆଉ ମାଣିକ କହିଲୁ

ପ୍ରତିଟି ଓଡିଆ ଆତ୍ମାରେ ପରା ତୁ

ଆରେ କାଳିଆରେ କହୁ କହୁ

କେତେ କଥା ଯେ କହିଦେଲି

ମୁଁ ଆଉ ଜାଣିପାରିଲି ନାହିଁ ମୁଁ ତ ନିପଟ

ମୂର୍ଖ ଟାଏ ତୋ ଇସାରାରେ ମୁଁ

ଚାଲିଛି ମୋ କଥାକୁ ଭୁଲ ବୁଝିବୁନି

ରହିଲି .....

ପ୍ରକାଶ ସାହୁ

ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ


Rate this content
Log in

Similar oriya poem from Inspirational