Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Pradhan

Others

3  

Pramod Pradhan

Others

ଅନ୍ତରେ ଅନ୍ତରେ ମରୁଛି

ଅନ୍ତରେ ଅନ୍ତରେ ମରୁଛି

1 min
13.9K


ଅନ୍ତରେ ଅନ୍ତରେ ମରୁଛି

 

ପ୍ରମୋଦ ପ୍ରଧାନ

 

ବିଷରୁ ଅମୃତ ଝରୁଥିବା କଥା ଶୁଣିଥିଲି...

... ଏବେ ଅମୃତରୁ ବିଷ ଝରୁଛି

ଝରଝର ନାଦେ ଝରେ ବିଷର ଝରଣା

ଆୟୁଷ ତା ପାଖେ ସରୁଛି

ଶରଣ ପଶିଲେ ମରଣ ପାଖରେ

ମରଣ କି ସେକଥା ଶୁଣୁଛି ?

 

ଜାଣିଥିଲି ମୁଁ ତ

ବାଣ୍ଟିଲେ ଅଜ୍ଞାନ ଅଣ୍ଟିରେ ଜ୍ଞାନକୁ ଯେତେ

ଜ୍ଞାନର ଗରିମା ବଢ଼ଇ ସେତେ

ସତେ ଅବା ଏବେ ଅମୃତ ଆତ୍ମାରେ

ଜ୍ଞାନ ମହାଜ୍ୟୋତି ଜ୍ଞାନୀର

ଅଜ୍ଞାନ ଅନ୍ଧାରେ ଶଢୁଛି ।

 

ସକାଳ ଉଡୁଛି, ବୁଡୁଛି ସଞ୍ଜ

ସଞ୍ଜ ହାତ ଧରି ଯୋଡୁଛି ଅନ୍ଧାର

ଅମୃତର ଧାରେ ବିଷ କରେ ରେରେକାର

କେତେ ନିଷ୍ଠାପର ଆଜି ଜ୍ଞାନର ଭଣ୍ଡାର ?

ତୁମ କଥା ମୋତେ ଜଣା ନାହିଁ କିଛି

ମୁଁ ତ ଅନ୍ତରେ ଅନ୍ତରେ ମରୁଛି ।

 

ଫ୍ରେଣ୍ଡସ୍ କଲୋନୀ, କଟକ

ଫୋନ : ୯୪୩୭୧୮୨୭୮୫

*****


Rate this content
Log in