Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ମାଗିବା ସୁଖ ସୌଭାଗ୍ୟ

ମାଗିବା ସୁଖ ସୌଭାଗ୍ୟ

1 min
14.2K


ଅମା ଅନ୍ଧକାରେ ଭରା ଏ'ଜୀବନ

ଝରା ଶେଫାଳିର ମନ

ଅଜାଣତେ ଅବା ହୁଏ କେତେ ପାପ

ଦିଗହରା ଏ'ଜୀବନ...... ।

ବିଷାଦର ଛାୟା ଘାରେ ମୋହମାୟା

ଜ୍ଞାନଭବେ ଭ୍ରମ ମତି

ଆଶାର ଅସରା କରମେ ଅଧୁରା

ହୃଦୟଟା ହୁଏ ଧନ୍ଦି...... ।

ହସିକି ସରବେ ଆସୁଅଛି ଜାଣି

ଆଲୋକର ଦିପାଵଳୀ

ସଭିଏଁ ଜାଳିବା ପ୍ରୀତିର ପ୍ରଦୀପ

ସ୍ମୃତିର ଘୃତ୍ୟକୁ ଢାଳି..... ।

ପରମ୍ପରା ପ୍ରଥା ସଂସ୍କୃତିର ଧାରା

ବିଦାୟୀ ପିତୃଜ ଗଣ

ଆଶ୍ଵିନେ ଆସିକି ଦିପାବଳୀ ଦିନେ

କରିବେ ସ୍ବର୍ଗାବତରଣ ।

ଆତସ ବାଜିର ନାହିଁ ପ୍ରୟୋଜନ

ଭକ୍ତିରେ ଦେବା ବିଦାୟ

ଆଲୋକ ଜାଳିବା ମଙ୍ଗଳ ମନାସୀ

ମାଗିବା ସୁଖ ସୌଭାଗ୍ୟ.... ।

ସ୍ମୃତିର ପ୍ରତୀକ ଆମ ପିତୃଗଣ

ଶୁଭ ଅବସର ଆଜି

କୋଟି ଆଶୀର୍ବାଦ ଭିକ୍ଷିବା ସରବେ

ପିତୃଜଙ୍କ ପଦ ପୂଜି.....।


Rate this content
Log in