Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ଅ ଭି ପ୍ରା ୟ

ଅ ଭି ପ୍ରା ୟ

1 min
6.9K


ଅଭିପ୍ରାୟ

!!!!!!!!!!✍✍✍✍✍!!!!!!!!

ସହିତର କାର୍ଯ୍ୟ ସାହିତ୍ୟରେ ଧାର୍ଯ୍ୟ

ଆକାଶେ ଭାସ୍କର ସୂର୍ଯ୍ୟ ;;

କଵି ପୂଜ୍ୟସ୍ପଦ ଯୋଗ୍ୟତମ ସୁତ

ହରାଏନି କେଵେ ଧର୍ଯ୍ୟ !!


ଅଭିପ୍ରାୟେ ଲେଖେ ଲେଖନୀ କୁହୁକେ

ଜଗତର ଦୁଃଖ ଯେତେ ;;

ବାର୍ତ୍ତାବହ ସାଜି ଦିଏ ସୁଖ ଖୋଜି

ସଙ୍କଟେ ଉତ୍କଟେ ସତେ !!


ବିଷମ ଜଗତେ ପ୍ରାଣୀର ଆରତେ

କଵି ଏକା ହୁଏ ସାହା ;

କଵି ଠାରୁ ବଳି ଆଉ କା'ର ଅଛି

ସମର୍ପଣ ଭାବ ଆହା !!


ଭାବନାର ଘର କବିର ନିଜର

ଆଙ୍କି ଦିଏ ପଟ୍ଟଚିତ୍ର ;

ନିନ୍ଦୁକର ବାଣୀ ସତେ ଲୁଣା ପାଣି

କଵି କିନ୍ତୁ ସର୍ବ ମିତ୍ର !!


କଵି ଲେଖେ ଯେତେ ଫୁଲ ବର୍ଷେ ସେତେ

ମଙ୍ଗଳ ବିଧାନ ପାଇଁ ;

ସୁଖର ସମ୍ଭାର ସ୍ୱପ୍ନ ଗନ୍ତାଘର

ସରୋବରେ ଫୁଟେ କଇଁ !!


ଆଶା ଭରସାରେ ପ୍ରେମର ସହରେ

କବି ଖୋଜେ ପ୍ରୀତି ମଧୁ ;

କବିତାର ଛନ୍ଦେ କଵି ହସେ କାନ୍ଦେ

କବିର ପ୍ରେମିକା ବଧୂ !!


ଭାବର ଆବେଗ କବିର ସମ୍ଭୋଗ

କୃତି ମୂର୍ତ୍ତୀ ଚିତ୍ର ଛବି ;;

ଦୁନିଆଁରେ ବୋଧେ କଵି ବନ୍ଧା ପ୍ରେମେ

ଦୀପ୍ତିମାନ ତେଜେ ରବି !!


ହୃଦୟର ଭାଷା ସାହିତ୍ୟର କଥା

ଅଳଙ୍କାର ରୂପେ ଉଭା ;

କଵି ସିନା ବୁଝେ ଅତୀବ ସହଜେ

ନିନ୍ଦୁକ ବସାଏ ସଭା !!


ହେ'ସାହିତ୍ୟ ପ୍ରେମୀ ଭୁଲିତ ଯିବନି

ଭାଷା ର ଗାରିମା ଗାଥା ;

ଇତିହାସ କହେ ଗୌରବ ଅଧ୍ୟାୟେ

ଓଡ଼ିଆ ହିଁ ଶ୍ରେଷ୍ଠ ସ୍ରଷ୍ଟା !!

!!!!!!!!🌹🌹🌹🌹🌹🌸💕ସଦାନନ୍ଦ ସାହୁ ; ଧୁରୁସିଆ ;; ଆଠଗଡ଼ ;; କଟକ 🤝🌹❤🌹🙏


Rate this content
Log in