ମମତାର ମୂଲ୍ୟ
ମମତାର ମୂଲ୍ୟ
1 min
1.3K
ଘୁଷୁରିକୁ ଦେଲେ ପାଚିଲା କଦଳୀ
କାଢେ ଥୁ ଥୁ କରି
ମମତାର ମୂଲ୍ୟ ବୁଝେନାହିଁ ଯିଏ
ନୁହଁ କି ହୀନ ତା ପରି?
ଘୁଷୁରୀଟା ସିନା ପଶୁଟିଏ ବୋଲି
ମହତ୍ତ୍ୱ ବୁଝଇ ନାହିଁ
ତୁମେ ତ ମଣିଷ ଅଟ ବୁଦ୍ଧି ଶ୍ରେଷ୍ଠ
ତାହାଠୁ ହୀନ କିମ୍ପାଇଁ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)