Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

4.5  

Writer Roja Panda

ବିବେକର କଥା

ବିବେକର କଥା

1 min
6.6K




ଝରାନା ଲୁହ ତୁ ସେମାନଙ୍କ ପାଇଁ

ଯାହାର ହୃଦୟେ ତୋପାଇଁ ଜାଗାଟିକେ ନାହିଁ ।

ଭୁଲିଯା ତୁ ତାଙ୍କୁ ଚିରକାଳ ପାଇଁ

ନହେଲେ ବଞ୍ଚି ତୁ ପାରିବୁ ନାହିଁ ।

ପ୍ରତି ମୁହୂର୍ତ୍ତରେ ତୁ ଛଟପଟ ହେବୁ

ଆଶା,ଆକାଂକ୍ଷା ନେଇ ଖାଲି ଲୁହ ତୁ ଢାଳିବୁ ।

ବିଷ ଥରେ ଭରିଗଲେ ହୃଦୟରେ ଜାର

ସେଠୁ ଆଉ ନଝରିବ ଅମୃତର ଧାର ।

ଅମୃତର ଧାର ଖୋଜି ବିଷେ ଛନ୍ଦି ହେବୁ

ବିନା ଦୋଷେ ତୁହି ସଦା ଦଣ୍ଡ ପାଉଥିବୁ ।

ଏବେବି ସମୟ ଅଛି ଫେରିଯା ପଛକୁ

ଆଉଥରେ ସଜାଡ଼ିଦେ ନିଜ ଦୁନିଆଁକୁ ।

ଶହେ ଘୃଣା ଠାରୁ ଯେବେ ଦୁରେଇ ତୁ ଯିବୁ

ଗୋଟିଏ ପ୍ରେମରେ ସାରା ଦୁନିଆଁ ଦେଖିବୁ ।

ସେଇ ପ୍ରେମ ଦେଖାଇବ ବଞ୍ଚିବାର ରାହା

ଆଉଥରେ ଆଣିଦେବ ହରାଇଛୁ ଯାହା ।

ମିଛ ପ୍ରେମ ମିଛ ସ୍ନେହେ ଛନ୍ଦି ତୁ ହୋଅନା

ଆଜିଠୁ ବୁଝିଯା ଇଏ ନୁହେଁ ତୋ ଦୁନିଆଁ ।

ଯେଉଁ ଦୁନିଆଁରେ ତୋପାଇଁ ପ୍ରେମ ଟିକେ ନାହିଁ

ସେଠି ବଞ୍ଚିବାକୁ ଆଶା ବାନ୍ଧୁ କାହିଁପାଇଁ ।

କେତେଦିନ ଆଉ ତୁହି ଅନ୍ଧ ପରି ଥିବୁ

କେତେ ରୂପ ଦେଖିଲେ ତୁ ବିଶ୍ୱାସ କରିବୁ ।

ଭୁଲିଯା ଭୁଲିଯା ତୁହି ଏମିତି ସମ୍ପର୍କ

ନହେଲେ ଲିଭିବ ତୋର ଜୀବନ ଆଲୋକ ।

ଆଖି ଆଗେ ଏବେ ତୋର ସ୍ପଷ୍ଟ ସବୁକିଛି

ନିଜ ଦୁନିଆଁ ତୁ ଏବେ ନିଜେ ନେ ବାଛି ।

ଭ୍ରମେ ଆଉ ନପଡ଼ି ତୁ ଆଖି ଖୋଲି ଦେଖ

ମାନିଯା ତୁ କଥା ମୋର ମୁଁ ତୋର ବିବେକ ।

ମନ ସିନା ଅମାନିଆ ବିବେକ ତ କରେନା ଛଳନା

ବିବେକ କଥା ମାନିଯା ତୁ ଡେରି ଆଉ କରନା ।


ପୂର୍ଣ୍ଣାନନ୍ଦ ଭବନ

ନେତାଜୀନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com


Rate this content
Log in