Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ମୋ ମାଆ''ପରି କିଏ ସେ ହେବ

ମୋ ମାଆ''ପରି କିଏ ସେ ହେବ

1 min
181


ମୋ ମାଆ'' ପରି ଆଉ କିଏ ସେ ହେବ

ହସି ଦେଲେ ଝରେ ପୁଷ୍ପ

ଦୁଃଖରେ ସୁଖରେ ସିିିଏ ସାଥେ ଲୋଡା

ସିଏ ତ ଅଗଣା ଦୀପ ।

ହସି ଦେଲେ ଝରେ ପୁଷ୍ପ ..............


ରାଗ ଅଭିିମାନ ଲୁଚାଇ ଦିଏ ସେ

ମମତା ଦିଏ ସେ ଢାଳି

ଧନ , ଧନ କହି କୋଳେଇ ନିିିଏସେ

କରେ ନାହିଁ କେବେ ଗାଳି ।

ମମତା ଦିଏ ସେ ଢାଳି ...........


ବାପା ବୋଲି ଯେବେ ଡାକି ଦିଏ ମାଆ

କେତେ ଯେ ଲାଗଇ ଖୁସି

ଶୁଣିଲା ମାତ୍ରକେ ଧାଇଁ ଆସେ ମୁହିଁ

ତା ପାଖେ ଯାଏ ମୁଁ ବସି ।

ଦିଏ ମୁଁ ମୁରୁକି ହସି ..........


ତା ପଣତ ଲାଗେ, ଗଛ ଛାଇ ପରି

ସବୁବେଳେ ଲାଗେ ଶାନ୍ତି

ସବୁରି ଅଳିକୁ ପୁରଣ କରଇ

କରି ଥାଏ ସିଏ ମୁକ୍ତି ।

ସବୁବେଳେ ଲାଗେ ଶାନ୍ତି ............


ଅଂଶୁମାନ ସ୍ୱାଇଁ




Rate this content
Log in