ଛଅ ଋତୁ
ଛଅ ଋତୁ
ଗିରିଷମରେ ହୁଅଇ ଟାଣ ଖରା
ଜଳ ଟିକେକୁ ଜୀବନ ଭାଳେ ପରା ।
ବରଷା କାଳେ ଆକାଶୁ ଝରେ ପାଣି
ଜୀବଜଗତ ହୁଏ ପୁଲକ ପୁଣି ।
ଶରତ ଋତେ କାଶ ତଣ୍ଡୀର ମେଳା
ନଈପଠାରେ ଦିଶଇ ଭେଳା ଭେଳା ।
ହେମନ୍ତରେ ମିଳେ ଶୀତଳ ପରଶ
ସଭିଙ୍କ ମନ ହୋଇଯାଏ ହରଷ ।
ଶୀତଦିନରେ ହୁଅଇ ଭାରି ଶୀତ
ସକାଳ ବୁଲାଜାଣ ଦେହକୁ ହିତ ।
ବସନ୍ତରେ ଶୁଭେ କୋଇଲିର ସ୍ୱର
ବଉଳ ମହକେ ହରେ ଜନ ମନ ।
ବରଷରେ ଛଅ ଋତୁ ଆସିଥାନ୍ତି ଧରାରେ
କାମସାରି ଚାଲିଯାନ୍ତି ନିଜ ବାଟେ ପରାରେ ।
ମନେରଖ ଛଅ ଋତୁ ଭୁଲିବନି କେବେଟି ପଚାରିଲେ
କିଏ କେବେ କହିଦେବ ବେଗେଟି ।