ତ୍ରିରଙ୍ଗା ପତାକା
ତ୍ରିରଙ୍ଗା ପତାକା
ତିନୋଟି ରଂଗର ସମାହାର ଆମ-
ତ୍ରିରଙ୍ଗା ଦେଶ ଗୌରବ
ସବୁଜ,ନାରଙ୍ଗୀ,ଧଳାରଙ୍ଗେ ଦିଏ
ଶାନ୍ତି,ତ୍ୟାଗ,ବୀର ଭାବ ॥
କନା ଛେକା ଖଣ୍ଡେ ଭାବିବନି କେହି
ସେ ପରା ଆମ ଜୀବନ
ଦେଶର ସେ ଅଟେ ଅମୂଲ୍ୟ ସଂପଦ
ତା'ଲାଗି ଆମେ ସ୍ୱାଧିନ ॥
ତା'ପାଇଁ ଅନେକ ବୀର ସଇନିକ
ଦେଇଛନ୍ତି ପ୍ରାଣଦାନ
ଛାଡି ଘରଦ୍ୱାର ବନ୍ଧୁ,ପରିବାର
ରଖିଛନ୍ତି ତା'ର ମାନ ॥
ଏ ପତାକା ତଳେ ରୁଣ୍ଡହେଇ ମୁଣ୍ଡ-
ଟେକିଥିଲା ମୁକ୍ତିମାର୍ଗ
ଏ ସ୍ୱରାଜ୍ୟ ଧ୍ୱଜା ଆମ ପରିଚୟ
କୋଟି ଜନତାଙ୍କ ସ୍ୱର୍ଗ ॥
ପବନ ସୁଅରେ ଉଡେ ଫରଫର
ପ୍ରଫୁଲ୍ଲ ଚିତ୍ତରେ ଦେଖ
ମୁକ୍ତ ଗଗନରେ ସେ ଯେତେ ଉଡିବ
ଜାତିର ବଢିବ ଟେକ ॥
ସ୍ୱାଧିନ ସଂଗ୍ରାମେ ଉଡିଥିଲା ଦିନେ
ଜଳ,ସ୍ଥଳ,ଗଗନରେ
ଆସ ସର୍ବେ ଆମେ କରିବା ସଂକଳ୍ପ
ସ୍ୱଧିନଭରା ମନରେ ॥
ଗଢିବା ଭାରତ ହରିବା ଆରତ
ତ୍ରିରଙ୍ଗା ପତାକା ମନୁ
ସାହାଭରସା ସେ ସୁଖରେ ଦୁଃଖରେ
ବଞ୍ଚିବ କେ ତା ବିନୁ ॥
ଶରତ ଚନ୍ଦ୍ର ଜାଲି
ତା:୮/୮/୦୧୮