Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Others

3  

Binaya Bhusan Panigrahi

Others

ଭୋକ

ଭୋକ

1 min
2.6K



ଆସ ,ଭୋକକୁ ଦେଖେଇ ଦେବି

କତିରୁ-ପାଖରୁ,ଅତି ନିକଟରୁ।

ଥରୁଟିଏ ଦେଖିଦେଲା ପରେ

ଭୟାନକ ସ୍ୱପ୍ନ ହେଇ

ଜଡ଼ାଇ ଧରିବ ତମକୁ

କୋଳ ପୋଛା କୁନିପିଲା ପରି।

ତା'ର ସେଇ ଏକା ରୂପ

ସିନ୍ଦୁରା ଫାଟିବା ପରଠୁଁ

ସଞ୍ଜ ହେବା ଯାକେ,

ପୁନେଇଁରୁ ଅମେଇସା-

କାଶ୍ମୀରରୁ କନ୍ୟାକୁମାରି।।


ଅହର୍ନିଶ ନସି ଦେଇ ବଢୁଥିବା

କୁନ୍ଥା ଦାଆ କଟା ଘା' ଭଳି

ଭୋକର ଯାତନା ବଢେ ଖାଲି

କମିବାର ନାଁ ନିଏନାହିଁ।

ଭୋକର ଚେହେରା;

କେରଳ ବନ୍ୟାରେ

ସବୁ ଝାଳ ଭାସିଗଲା ପରେ

ଭୂମିହୀନ ଭାଗଚାଷୀର

ବଢିଲା ଝିଅକୁ ଯେମିତି

ବାପଠୁଁ ନିଜର ଲାଗୁଥିବା ରସି

ଅହର୍ନିଶି ଡାକେ ହାତ ଠାରି।


ଆସ,ଥରେ ଦେଖିନିଅ,

ଦେହରେ ଦେହକୁ ଲଗାଇ,

ତା'ପରେ ଚେଷ୍ଟାକର

ପୁରାପୁରି ଭୁଲିଯିବାପାଇଁ,

ପାରୁପଣେ ଚେଷ୍ଟା କଲା ପରେ

ନିଜପାଖେ ନିଜେ ଯିବ ହାରି।


ଉଠାବସା, ଚାଲି-ଚଳଣୀରୁ,

ଖାନଦାନି-ଜାକଜମକରୁ

ଯାହାକୁ ଭାବୁଛ ତମେ

ଦୁନିଆରେ ସୁଖୀ ସବୁଠାରୁ,

ତା'ଦେହ-ମନର ଗଳି ଅର୍ଗଳିରେ

ତା'ସୁଖର ସାରା ଭୁଗୋଳରେ,

ତା'ମନର ଭରା ଅମ୍ଭାରରେ

ଦେଖିବ ଭୋକର ନିଆରା ଦାଉ

ରହିଛି କେମିତି ଭରି।।

--------©--------

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ହରସିଂ ପୁର,ପିରହାଟ

ଭଦ୍ରକ-୭୫୬୧୩୧

୯୯୩୭୫୪୮୪୩୧

୯୪୩୮୬୭୦୧୨୦


Rate this content
Log in