Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

3  

Hrushikesh Satpathy

Others

ମୃତ୍ୟୁର ମଶାଣି ପଡିବ ଫିକା

ମୃତ୍ୟୁର ମଶାଣି ପଡିବ ଫିକା

1 min
7.3K


ମୃତ୍ୟୁ ଭୟକୁ ମୋ' ଆଖିର ଲୁହରେ
ଭିଜେଇ ଭିଜେଇ
ଧୋଇ ଦେଇଛି ।

ନିର୍ବାଣ ରୂପରେ ଆଞ୍ଜୁଳେ ଗପରେ
ଶବ୍ଦରେ ଶବ୍ଦରେ
ଗଢି ତୋଳିଛି ।

ଜନ୍ମ ତ ନଥିଲା ମୃତ୍ୟୁର ପାଇଁକି
ଥିଲା ଚିରନ୍ତନ
ସଂଗ୍ରାମ ନେଇ ।

ସାଧନାକୁ ମୋର ସାରଥୀ କରିଛି
ଯଶ ଗାରୀମାରେ
ଜୀଇଁବା ପାଇଁ ।

ନୁହେଁ ପଳାତକ ଅବା ନପୁଂସକ
କୁରୁକ୍ଷେତ୍ରର ମୁଁ
ମହା ନାୟକ ।

ବଞ୍ଚିବି ବଞ୍ଚିବି ସୃଜିବୀ ସୃଜିବୀ
ଅମ୍ଳାନ,ବୈଦିକ
ଜନ୍ମ ଜାତକ ।

ବିଶ୍ଵାମିତ୍ର ଙ୍କର ଦୁର୍ବାର ଦୁଷ୍କର୍ମ
ଚାହେଁନି,କରିବି
ନିନ୍ଦା ଅଯଥା ।

ଗୁମୁରି ଗୁମୁରି ଗାଇ ଚାଲିଥିବି
ବଳିଷ୍ଠ,ବଶିଷ୍ଠ
ସଂସ୍କାରୀ ଗାଥା ।

ସଂକୀର୍ଣ୍ଣ ସ୍ଲୋଗାନ କରିବିନି ଗାନ
ଯାହାର ନ ଥିବ
ଭିତ୍ତି,ସଂସ୍କୃତି ।

ସାରସ୍ୱତ,ସ୍ୱାତୀ, ଶାଶ୍ୱତ ସୃଜନେ
ନିୟୋଜି ଦେବି ମୋ'
ଜୀବନ ଜ୍ୟୋତି ।

ମୁଁ ସିନା ନସ୍ୱର ମୋ' କୀର୍ତ୍ତି ଭାସ୍ବର
ଧୂମକେତୁ ନୁହେଁ,
ଧ୍ରୁବ ତାରକା ।

ଚିରଞ୍ଜିବୀ ହେବ ପୁଣ୍ୟ ପ୍ରାସାଦରେ
ମୃତ୍ୟୁର ମଶାଣି
ପଡିବ ଫିକା ।


Rate this content
Log in