Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଭାଗ୍ୟବାନ କିଏ

ଭାଗ୍ୟବାନ କିଏ

1 min
352


ଭୋକ କି ଜାଣେ କଞ୍ଚା ସିଜା       

ନିଦ କି ଜାଣେ କଣ୍ଟାବୁଦା

        ଇଏତ ଶରୀର ନିୟମ

ସମସ୍ତଙ୍କ ପାଇଁ ନିୟମ ସମାନ

     ଇଏ ଭଗବାନଙ୍କର ନିୟମ ।

ଛ ତୁଣ ନ ଭଜା ଥିଲେ କି ହେବ

         ଯଦି ପେଟରେ ଭୋକ ନଥିବ

ଏସି ରୁମରେ ଶୋଇଲେ କି ହେବ

        ଯଦି ନିଦ ଜମାରୁ ନ ଆସିବ ।

ନିୟମିତ ଯଦି ବ୍ୟାୟାମ କରିବ

        ନିଦ ଭୋକ ନିଶ୍ଚେ ଆସିବ

ଅଳସୁଆ ହୋଇ ଖାଇ ବସିଲେ

         ଅବେଳରେ ଯମ ଭେଟିବ ।

ସୁସ୍ଥ ଶରୀର ଜାପାଖେ ଅଛି

         ସିଏ ପ୍ରକୃତରେ ଧନୀ

ଭୋକ ନିଦ ଯଦି ଆସିଲା ନାହିଁ

        ମହା ଦୁଃଖୀ ଅଟେ ଧନୀ ।

ଭୋକ ଆଉ ନିଦ ମୂଲ୍ୟବାନ ଅଟେ

             ସୁସ୍ଥ ଶରୀର ପାଇଁ

ନିୟମିତ ଯଦି ବ୍ୟାୟାମ କରିବ

           ଅସୁସ୍ଥ ହୋଇବ ନାହିଁ ।

ଗରିବ ସିନା ପରିଶ୍ରମ କରେ

         ପେଟ ଚାଖଣ୍ଡକ ପାଇଁ

ଭୋକ ନିଦର ସେ ଅଧିକାରୀ

       ରୋଗ କେବେ ହୁଏ ନାହିଁ ।

ଧନୀ ବସି ବସି ରୋଜଗାର କରେ

        ବେଙ୍କ ବେଲେନ୍ସ ପାଇଁ

ସୁଗେର ବିପିରେ ଘାଣ୍ଟି ହେଉଛନ୍ତି

       ଜୀବନର ମାନେ ନାହିଁ ।

ଚାଲ ଆମେ ସବୁ ବ୍ୟାୟାମ କରିବା

         ଖୁସିରେ ବଞ୍ଚିବା ପାଇଁ

ସୁସ୍ଥ ଶରୀର ଜାପାଖେ ଅଛି

       ଭାଗ୍ୟବାନ ଅଟେ ସେହି ।


Rate this content
Log in