ଦେଶଭକ୍ତ
ଦେଶଭକ୍ତ
ଦେଶଭକ୍ତ ତାଙ୍କୁ କୁହାଯିବ ନାହିଁ
ଯିଏ କରେ କରପସନ
ଇଲେକସନ ବେଳେ ଟଙ୍କା ନେଇ ଯିଏ
କରିଥାଏ ମତଦାନ !!
ଆନ୍ଦୋଳନ ବେଳେ ଭଙ୍ଗାରୁଜା କରି
ଦେଖାଇଥାଏ ଯେ ଶକ୍ତି
ଦେଶ ସମ୍ପତ୍ତିକୁ ନଷ୍ଟ ସେ କରୁଛି
ଏହା କ'ଣ ଦେଶଭକ୍ତି !!
ଅଳିଆ ଢାଳିକି ଆମ ପରିବେଶ
କରିଥାଏ ଯିଏ ନଷ୍ଟ
ଦେଶ ପ୍ରତି ତାଙ୍କ କିଭଲ ପାଇବା
ଜଣାପଡିଯାଏ ସ୍ପଷ୍ଟ !!
କ୍ରିକେଟ ଖେଳରେ ଦେଶ ସପକ୍ଷରେ
ମାରିଦେଲେ ଖାଲି ତାଳି
ଦେଶଭକ୍ତ ତୁମେ ହୋଇନ ପାରିବ
କରୁଥିଲେ ଏହିଭଳି ।।