Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଶିଖ

ଶିଖ

1 min
6.5K


ଉଚ୍ଚ ଆଶା ସିନା ରଖିବ ଜୀବନେ

ବଡ଼ଲୋକ ବୋଲି ଭାବିବନି

ବଡ଼ଲୋକ ଭାବି ମନେ ଗର୍ବକରି

କଟୁକଥା କାରେ କହିବନି,,,,

ଗରିବ ଆଗରେ ସମ୍ପତି ବଡୀମା

ଭୁଲରେ ବି ବାଢ଼ିବନି

ଦୁର୍ବଳ ଆଗରେ ନିଜ ବାହୁବଳ

ପ୍ରୟୋଗ ଜମାରୁ କରିବନି,,,

ଗୁରୁଜନ ଆଗେ ନିଜ ପଦ ବଳ

କହିବାକୁ ଚେଷ୍ଟା କରିବନି

ବାପା ମାଆ ଆଗେ ବଡ଼ପାଟିକରି

ଜମାରୁ କଥା କହିବନି,,,

ଦୁଃଖୀ ଲୋକ ଆଗେ ନିଜ ସୁଖକଥା

ବିଚାର ବିମର୍ଶ କରିବନି

ରୋଗୀ ଲୋକ ପାଖେ ଅସହାୟ କଥା

କହିବାକୁ ଚେଷ୍ଟା କରିବନି,,,

ମୂର୍ଖ ପାଖରେ ଜୀବନରେ କେବେ

ଯୁକ୍ତିତର୍କ ଜମା କରିବନି

ମଦୁଆକୁ କେବେ ଉପଦେଶ ଦେଇ

ଅଯଥା କିଳା କୁ ଡାକିବନି,,,

ଚୋର ଠାରୁ କେବେ ଚୋରିଜିନିଷକୁ

କିଣିବାକୁ ଚେଷ୍ଟା କରିବନି

ଜୁଆଖେଳ ପାଖେ ଯାଇକରି କେବେ

ଜୁଆ ଖେଳ ଜମା ଦେଖିବନି,

ଆଗତ ବିଗତ ଚିନ୍ତା କରି ଭାଇ

ଏଇଦୁନିଆଁରେ ଚଳିବ

ତେବେ ଯାଇ ଭାଇ ଏଇଦୁନିଆଁରେ

ତିଷ୍ଟିକରି ଚଳିପାରିବ,,

ନହେଲେ ନାମ ନେବ,,

ଅଖା ଧୋଉଥିବ ଗୁଣ ଗାଉଥିବ,

।। ନିରଞ୍ଜନ ।


Rate this content
Log in