Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Tragedy

2  

Sadananda Sahoo

Tragedy

ସ୍ମୃତିରେ ତେଜସ୍ୱୀ

ସ୍ମୃତିରେ ତେଜସ୍ୱୀ

1 min
1.3K


ହେ' ତେଜସ୍ୱୀ ପୁରୁଷ ସର୍ବ ମାନ୍ୟ ପୁତ୍ର

ଶତାବ୍ଦୀର ଶେଷ ସୂର୍ଯ୍ୟ ;

ଅଟଳ ଯୁଗର ହେଲା ଅବସାନ

ତୁଟିଗଲା ସବୁ ଧର୍ଯ୍ୟ !!!

ବର୍ଷିୟାନ ନେତା ମହା ରାଜନେତା

ସୁଯୋଗ୍ୟ ସନ୍ତାନ କଵି ;

କାହିଁଗଲ ହଜି ଅଟଳ ବିହାରୀ

ଆଉକି ଉଇଁବ ରବି !!

କୋଟି ଜନମନେ ସ୍ମୃତି ଛବି ଭାସେ

ଦରଦୀ ହୃଦୟ ବନ୍ଧୁ ;

ମାଆ ଭାରତୀର ତୁମେହିଁ ପ୍ରିୟର

ଝରିପଡ଼େ ଅଶ୍ରୁ ବିନ୍ଦୁ !!

କଥା କୁହୁକରେ ଏ ସାରା ବିଶ୍ୱରେ

ଥିଲ ମହାବାଗ୍ମୀ ଭୀଷ୍ମ ;

ତେଜସ୍ୱୀ ଭାଷଣ ମୁଖେ ବଜ୍ରବାଣ

ମୁଖେ ଥିଲା ଚିର ହସ !!

ମାତୃଭାଷା ପ୍ରୀତି ତୁମରି ସମ୍ପତ୍ତି

ରହିଛି ରୋଚକ ଗାଥା ;

ବିଶ୍ୱଦରବାରେ ମହା ଜାତିସଂଘେ

ବଖାଣିଲ ମାଆ ଭଷା !!

ହୃଦୟର କଵି ଅମ୍ଳାନ ଏ ଛବି

ଦୃଢମନୋବଳ ଭାବ ;

ହରିବାର ଭୟ ନଥିଲା ତୁମର

ସର୍ବ ସିଦ୍ଧି ପୁଣ୍ୟ ଲାଭ !!

କାରଗିଲ ସମର ଅଲିଭା ସ୍ୱାକ୍ଷର

ଦେଶର ସୁରକ୍ଷା ଛବି ;

ତୁମରି ନିଷ୍ପତି ବିଜୟର ସ୍ମୃତି

ହସୁଛି ମାଆକୋଳେ ଭବି !!

ପ୍ରଧାନ ସେବକ ଦେଶମାତୃକାର

କାହିଁ ଛାଡ଼ି ଚାଲିଗଲ ;

ହସ ଲିଭିଗଲା ମାଆ ଭାରତୀର

ସ୍ୱପ୍ନ ହେଲା ସ୍ୱର୍ଗଫୁଲ !!

ଲୁହରେ ଭିଜିଲା ସ୍ମୃତି ରାଜଘାଟ

ପଞ୍ଚଭୁତେ ହେଲ ଲୀନ;

ପାଳିତା ନମିତା ଦେଲା ମୁଖାଅଗ୍ନି

ଆଉକି ଫେରିବ ଧନ !!

ରାଷ୍ଟ୍ରୀୟ ମର୍ଯ୍ୟାଦା କୁଶଳ ବ୍ୟବସ୍ଥା

ହେରତ୍ନ ପୁତ୍ର ସମର୍ପଣ ;

ମୃତ୍ଯୁପର ଅତ୍ମା ଭୁଲିବନି ଜମା

ମାଆ ଭାରତୀକୁ ଜାଣ !!

ଭାରତ ରତନ ଅଟଳ ସନ୍ତାନ

ଜନ୍ମିବ ଭାରତେ ତୁମେ ;

ଦୂରଆକାଶରୁ ଆସିବ ହେ' ଗୁରୁ

ପବିତ୍ର ଭାରତ ଭୂମେ !!

ଶେଷ ଶ୍ରଦ୍ଧାଞ୍ଜଳୀ କରହେ ଗ୍ରହଣ

ଆଜୀବନ ବ୍ରହ୍ମଚାରୀ;

ମୁଁ ଅଜ୍ଞାନ ସୁତ ଲେଖିଛି ବୃତ୍ତାନ୍ତ

ତୁମରି ସ୍ମୃତି କୁ ସ୍ମରି !!


ସଦାନନ୍ଦ ସାହୁ ;

ଧୁରୁଷୀଆ ; ଆଠଗଡ଼ ; କଟକ


Rate this content
Log in

Similar oriya poem from Tragedy