Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Others

2  

Prasant Kumar Nath

Others

ପ୍ରୀତି ପରଶ

ପ୍ରୀତି ପରଶ

1 min
233



ତୁମ ପରଶେ ମନ ଆକାଶେ

ନୂଆ ସୁରୁଜ ଉଇଁଲା

ପ୍ରେମ କିରଣ ଯେବେଠୁଁ ଆସି

ହୃଦୟ ମୋର ଛୁଇଁଲା ।


ପ୍ରେମେ ପାଗଳ ହୋଇ ବିଭୋର

ପ୍ରୀତିର ଗୀତ ଗାଇଲା

ପ୍ରେମର ବାସ୍ନା ମଳୟ ହୋଇ

ଯେବେଠୁଁ ମନେ ବହିଲା ।


ହୃଦ ବନରେ ପ୍ରେମଟା ଯେବେ

ଫୁଲଟେ ହୋଇ ଫୁଟିଲା

ସେହି ଫୁଲର ପ୍ରୀତି ବାସ୍ନାରେ

ମନଟା ମୋର ଝୁମିଲା ।


ପ୍ରେମ ସାଗରେ ପ୍ରୀତିର ଉର୍ମି

ସୁଅ ହୋଇକି ବହିଲା

ଯେବେଠୁଁ ମନ ତୁମ ପାଖରୁ

ପ୍ରୀତିର ସ୍ପର୍ଶ ପାଇଲା ।

*****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୦୮୮୯୨୩୦୧୧୪୩


Rate this content
Log in