Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ଜନପ୍ରିୟ କ୍ରିକେଟ

ଜନପ୍ରିୟ କ୍ରିକେଟ

1 min
116


ଜନପ୍ରିୟ କ୍ରିକେଟ


ଖେଳୁଥିବା ଖେଳ ହୋଇ ଆମେ ମେଳ

      ସୁସମ୍ପର୍କ ଉଠୁ ଗଢି

ନିଜ ସାଥେ ମିତ     ସଭିଙ୍କର ହିତ

     କରେ ଏ ସମ୍ପର୍କ କଡି ।


ମିଥ୍ୟାର ଆଚାର    ରଜ୍ଜୁରେ ନାଚାର

     ସମ୍ପର୍କର ସେତୁ ଏବେ

ହୃଦୟକୁ ଜୟ      ନକରିଲେ ଭୟ

    ଆତ୍ମୀୟତା ନାହିଁ ଯେବେ ।


ଆତ୍ମୀୟତା ହୀନ     ସମ୍ପର୍କ ବିହୀନ 

     ଜୀବନରେ ହୋଇ ବନ୍ଦୀ

ନଥାଇ ସଦ୍ଭାବ     ଜୀଇଁ କିସ ଲାଭ

     ଜଞ୍ଜାଳରେ ଥିଲେ ଛନ୍ଦି ।


କ୍ରୀଡା ଜଗତରେ  ପାଦ ଦେବା ପରେ

    ଖେଳାଳି ହେଲେ ବି ଜଣେ

ବଢେ ମନୋବଳ     ପ୍ରତିଦ୍ବନ୍ଦୀ ଦଳ

     ସାଥେ ଲଢି ଖେଳରଣେ ।


ଦର୍ଶକ ବା ସାଥୀ    ସର୍ବେ ଏକ ଜାତି

      ସଦ୍ଭାବନା ଯହିଁ ପୂରେ

ଖେଳି ବି ବାଦରେ  ମୈତ୍ରୀ ସମାଦରେ

     ଭେଦଭାବ ଥାଏ ଦୂରେ ।


ସମସ୍ତ ପ୍ରକାର      ହୁଏ ଉପକାର

      ସମନ୍ୱୟ ଥିଲେ ଆସି

ଭିନ୍ନ ହେଲେ ମଧ୍ୟ  ଖେଳେ ଅନବଦ୍ୟ

      ପ୍ରଶଂସା ଉଠଇ ଭାସି ।


ଜନପ୍ରିୟ ଭାରି    ଆମୋଦନକାରୀ

     କ୍ରିକେଟ ଆମରି ଦେଶେ

ସାରା ଜଗତରେ  ଖେଳି ନାନା ସ୍ତରେ

    ଶୀର୍ଷରେ ରହିଛୁ ଶେଷେ ।



Rate this content
Log in

Similar oriya poem from Inspirational