Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajesh Kumar Jain

Comedy

2  

Rajesh Kumar Jain

Comedy

ପତ୍ନୀଧାମ

ପତ୍ନୀଧାମ

1 min
7.0K


ପତ୍ନୀଧାମ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ସବୁଠାରୁ ବଡ଼ ଧାମ

ପତ୍ନୀଧାମ - ରାତିଦିନ ଜପ ପତ୍ନୀ ନାମ

ଏହାଠାରୁ ବଡ଼ ନାହିଁ ପୂଣ୍ୟ

କର ତାଙ୍କ ସେବା ଆଉ ଯଥାମାନ୍ୟ

ଜୀବନ ହୋଇଯିବ ଧନ୍ୟ

ଘରେ ରହିଲେ ଶାନ୍ତି

ବାହାରେ ଦେଖାଇବ କାତି ।

 

ନଟୀ ହେଉ ବା ଛୋଟି ହେଉ ବା ମୋଟି

ପିଇଛନ୍ତି ସମସ୍ତେ ଗୋଟାଏ ପାଣି ଘୋଟି

ଶବ୍ଦର ବାଣ ଯଦି ହେଲା ଟାଣ

ସାଙ୍ଗେସାଙ୍ଗେ ଫୁଲ୍ ନିଆଁବାଣ

 

ଉତ୍ତର ମିଳେ - ଆମେ କ’ଣ ସବୁବେଳେ ଖଟୁଥିବୁ ବେଠି

       ଖେଳଣା ପରାଏ ଫିଙ୍ଗୁଥିବ ଏଠିସେଠି

       ନାରୀ ସ୍ୱାଧୀନତା ନାମେ କରୁଥିବ ଲୁଟି

       ବାପଘର ଯିବା ପାଇଁ ଦେଇଦିଅ ଛୁଟି ।

 

ହୋଇଯାଏ ଯଦି କଟି

ବୁଜିଦିଅନ୍ତି ପ୍ରେମର ତାଟି

ଆଶ୍ରୟ ହୁଏ ଚଟାଣର ଚଟି

ଶଶୁର ଘରର ନକଲ ସତ୍କାର

ହଲେଇଦିଅନ୍ତି ଜୀବନର ତାର

ପ୍ରେମ ରସେ ଯଦି ଦେଲେ ଘୋଟୀ

ଦରକାର ନାହିଁ ଦେଶରେ ଭାଟି

ବିଷର ବାଣରେ କଲେ ଯଦି ପ୍ରହାର

ଜୀବନଟା ହୋଇଯାଏ ନାରଖାର  ।

 

ଏମାନଙ୍କ ପାଇଁ ନାହିଁ କିଛି ପ୍ରତିକାର

ଘରୋଇ ମନ୍ତ୍ରୀଙ୍କ ପାଖେ ସବୁ ଅସ୍ତ୍ର ବେକାର

ପ୍ରଣାମ କରନ୍ତି ରଜା ହେଉ ବା ସାହୁକାର

ଘରକୁ ତୋଳିବାକୁ ଚାହୁଁଚ ମନ୍ଦିର

ପ୍ରଭାତେ ଶ୍ରୀମତୀଙ୍କୁ ଆଗ କର ଜୁହାର

ତାଙ୍କ ଆଶୀର୍ବାଦ ବିନା ସବୁ ବେକାର ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in