Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Golak Bihari Sahoo

Drama Romance

2  

Golak Bihari Sahoo

Drama Romance

ଅଚିହ୍ନା ସଂପର୍କ

ଅଚିହ୍ନା ସଂପର୍କ

1 min
6.7K


ଅଚିହ୍ନା ସଂପର୍କ 

ଦୁଇଟି ଚକ୍ଷୁରେ ଦେଖିନି ତୁମକୁ 

ଦେଖିଛି କବିତା ଛନ୍ଦେ, 

ତୁମ ରଚନାର ଲାଳିତ୍ୟ ରସରେ 

ତୁମ ପ୍ରତିବିମ୍ବ ମଧ୍ୟେ । (୧)

 

ତୁମ ଭାବାବେଗେ ବହିଯାଉଅଛି 

ତୁମ ନୌକାରେ ବସି, 

ତୁମ ବିଚାରରେ ନଉକା ବାହୁଛି 

କୂଳରେ ଲାଗୁଛି ଆସି । (୨)

 

ଅଚିହ୍ନା ହେଲେବି ଚିହ୍ନାଚିହ୍ନା ଲାଗେ

ସାହିତ୍ୟ ନଦୀରେ ସାଥୀ, 

ଲେଖକ-ପାଠକ ଆମର ସଂପର୍କ

ଦିଆନିଆ ହୁଏ ଏଠି । (୩)

 

ସାହିତ୍ୟ ମାଧୁର୍ଯ୍ୟ ରସ ଢାଳିଦିଅ

ମନଭରି ପିଇଯାଏ, 

ମୋ ଭଲପାଇବା ସ୍ନେହ ଓ ଶରଧା

ତା' ପ୍ରତିବଦଳେ ଦିଏ। (୪)

 

ଆମର ଏ ପ୍ରେମ ସଂପର୍କ ରହିବ 

ଚିରନ୍ତନ ଅବିନାଶ, 

ଯେହେତୁ ସଂପର୍କେ ସ୍ଵାର୍ଥ କିଛିନାହି

ଏଇଆ ମୋର ବିଶ୍ଵାସ । (୫)

°°°°°

 

 

 


Rate this content
Log in