Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

1.0  

Prasant Kumar Nath

Others

ଭୟ

ଭୟ

1 min
255



ଜାଣି ଜାଣି ପାପ କରିଥିବ ଯଦି

ଭୟଟା ଗୋଡେଇ ଖାଇବ

ଶୋଇବାକୁ ତୁମେ ଯେତେ ଚେଷ୍ଟା କଲେ

ସ୍ୱପ୍ନରେ ସିଏବି ଧାଇଁବ ।


ତୁମ ଆଖ ପାଖେ ଛାଇ ପରି ସିଏ

ଆଗପଛ ଖାଲି ବୁଲିବ

ଜୀବନ ତୁମର ସତେକି ଯେମିତି

ମୃତ୍ୟୁର ମୁଖରେ ଝୁଲିବ ।


ଭୋକରେ କିଛିବି ଖାଇବାକୁ ଗଲେ

ପାପଟା ମନକୁ ଛୁଇଁବ

ହାତରେ ଯଦିବି ଅମୃତ ଧରିବ

ବିଷ ପରି ସିଏ ଲାଗିବ ।


ଆପଣା ଲୋକବି ପାଖକୁ ଆସିଲେ

ଦେହଟା ଶୀତେଇ ଉଠିବ

ନ୍ୟାୟ ନିସାବାରେ ବସିବା ଆଗରୁ

ବିବେକଟା ବାଧା ପାଇବ ।


ଲୁଚି ଲୁଚି ସୁଧା କରିଥିଲେ ପାପ

ତାକୁ କି ଲୁଚେଇ ପାରିବ

ତୁମରି ବିବେକ ତୁମକୁ ନିଶ୍ଚିତ

ଜଳେଇ ଜଳେଇ ମାରିବ ।

           


Rate this content
Log in