Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy

5.0  

ପ୍ରଶାନ୍ତ କୁମାର ବେହେରା

Tragedy

ଚକ୍ରବ୍ଯୁହରେ ପ୍ରେମିକା - ୨

ଚକ୍ରବ୍ଯୁହରେ ପ୍ରେମିକା - ୨

1 min
6.9K



କଣ ଭୁଲ୍ ମୋର ?

ତମ ସ୍ୱପ୍ନ, କଳ୍ପନା,

ମନ ସବୁ ତମର,

ମୁଁ ସେଠି କିଏ

ଅବା କୁହତ ?


ଯାହା କିଛି କମିଛି

ସବୁ ତମ ଭିତରୁ,

ଦିନ ଆସିବ

ତମେ ଦେଖିବ

ଓ ଜାଣିବ ବି

ଏମିତି କେମିତି

ଅନ୍ୟାୟ ଭାବରେ

ମୋତେ କଷ୍ଟ ହିଁ

ଦେଇ ଚାଲିଛ l


ତମେ ବୁଝିପାରିବନି

କିମ୍ୱା ତମେ ବି ମୁ୍ଁ

ହୋଇ ପାରିବନି l

ଅବଶୋଷ ମାନଙ୍କ ଘର

ହୋଇଗଲାଣି ଏ ମନ,

ଏପଟ ନାଇଁ ତ ସେପଟ

ମଝିମଝିରେ ଅାଉ ମୋତେ

ଏମିତି ମାରନି l

ଖୁବ୍ କଷ୍ଟ ପାଇସାରିଛି

ବିନା ଅପରାଧରେ

ଆଉ କଷ୍ଟ ଦିଅନି l


ତମ ସହ ଜଡିତ ହୋଇ

ସବୁଠୁ ଅଧିକ ଖୁସି ହେବି

ବୋଲି ଭାବିଥିଲି,

କିନ୍ତୁ ସବୁଠୁ ଦୁଃଖୀ

ହୋଇ ରହିଗଲି l

ତମେ ତ ଟିକେ

ବି ବଦଳିଲନି

କି ମୋ ମନ କଥା

କିଛି ବି ବୁଝିଲନି l


ଯାହାକୁ ମାନସିକ ଭାବେ

ଖୁବ୍ ଶକ୍ତ ଆଶ୍ରାଟିଏ

ବୋଲି ଭାବୁଥିଲି

ସେ ଆଜି ଏମିତି କେମିତି

ଏ ଡହ ଡହ

ମରୁଭୂମିରେ ଛାଡିଦେଇଛି

ସମ୍ପୂର୍ଣ୍ଣ ଭାବେ ପରକରି ?


**********************


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya poem from Tragedy