ଅସଲି ଉଡ଼ାଣ
ଅସଲି ଉଡ଼ାଣ
କ’ଣ ସେ ଉଡ଼ାଣ
କିପରି ତା’ ରୂପରେଖ, କିପରି ଆକାର
ଜାଣିବା ପାଇଁ ମନ ହୁଏ ଛନଛନ
ଦେଶର ମଙ୍ଗଳ ପାଇଁ ଜାଳିବା ଦିହୁଡ଼ି
ଅନ୍ଧାରରେ ବି ଆମେ ପାରିବା ଉଡି
ମାତାପିତାଙ୍କ ସ୍ୱପ୍ନକୁଦେବା ଆକାର
ତାଙ୍କ ଆଶା ଭରସାକୁ କରିବା ସାକାର
ପରିବାରଜନଙ୍କ ରଖିବା ମହତ ଓ ମାନ,
ଏହା ତ ମହନୀୟତାର ଅସଲି ଉଡ଼ାଣ
ଆଗେଇବ ଦେଶ ଓ ଜାତି
ସଂସାର ସମରିବ ଆମରି କୀର୍ତ୍ତି
ଖୋଲା ଆକାଶେ ଉଡ଼ିବ ଆଶାର ବିମାନ
ପରିବର୍ତ୍ତନ ଆଣିବ ଏହି ଅସଲି ଉଡ଼ାଣ
ଉଚ୍ଚ ଆଶାନେଇ ସର୍ବଦା ଉଡ଼ିବା
ଦେଶରେ ନୂଆ ଜାଗୃତି ଆଣିବା।