Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

3  

Parshuram Biswal

Others

ଭୋଅଟରେ ଆଜି ନୋଟ୍ କାରବାର

ଭୋଅଟରେ ଆଜି ନୋଟ୍ କାରବାର

1 min
13.5K


ଭୋଅଟରେ ଆଜି ନୋଟ୍ କାରବାର

 

ପର୍ଶୁରାମ ବିଶ୍ୱାଳ

 

ଭୋଅଟରେ ଆଜି ନୋଟ୍ କାରବାର, କି ଥିଲା କି ହେଲା ଦେଶ,

କାହାକୁ କଅଣ କହିବ କୋଉଠି, ତା ସାଥେ ସେ ମଦମାଂସ,

ନୀଳାଚଳେ ବସି ଦେଖୁଚୁ କାଳିଆ

ଏ କି ବେଳ ସର୍ବନାଶ ?

 

ଭୋଅଟେ ଜିଣିଲେ ହାତୀଘୋଡ଼ା ଦବୁ, ମିଳେ କେତେ ପ୍ରତିଶ୍ରୁତି,

ଜିଣିଗଲାପରେ ମଡ଼େଇଦିଅନ୍ତି ନାହିଁ ସେ ବାରଣ୍ଡା କତି,

ସର୍ବଗ୍ରାସୀ ଏଇ ରାଜନେତା ଆଜି

ଦେଶଟା କରନ୍ତି ଧ୍ୱଂସ ।

 

ନିର୍ବାଚନ ପରେ ଡାଲି, ତେଲ, ଲୁଣ ଦଅର ଆକାଶଛୁଆଁ,

ରକତଚାଉଳ ଚୋବାଏ ଭୋଟର, ଏ ଭୁଲ୍ କଲା ସେ କିଆଁ !

ଟଙ୍କା କେଇଟାରେ ମୁଣ୍ଡ ବିକିଦେଲା

ମୁଣ୍ଡେଇଲା ଅପଯଶ ।

 

ଗଣତନ୍ତ୍ର ଦେଶେ ଖଣ୍ଡିଏ ଭୋଅଟ ମୂଲ କେ’ ପାରିବ କଳି,

ଦେଶ ସ୍ୱାର୍ଥ ପାଇଁ ଲୋଡ଼ା ହୁଏ ଆଜି ବ୍ୟକ୍ତିସ୍ୱାର୍ଥ ଜଳାଞ୍ଜଳି,

ଏ ଭାବନା ଗୋଟି ରହିଲେ ମନରେ

ସବୁଠି ଦେଖିବ ହସ ।

 

ଝିଅ ବାହା ପାଇଁ କେ’ ବର ଖୋଜିଲେ ବିଚାରଇ ଆଗପଛ,

ରଖି ସେ ଭାବନା ଭୋଅଟଟି ଦେଲେ ନେତାଟି ମିଳିବ ସ୍ୱଚ୍ଛ,

ଦେଶର ନାଉରି ସିଏ ହବ ଜଗା

ପାରି କରିବ ଅବଶ୍ୟ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in