Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudama Lenka

Others

2  

Sudama Lenka

Others

ଯାଉଛି ମୁଁ ଘଟଗାଁ ....

ଯାଉଛି ମୁଁ ଘଟଗାଁ ....

1 min
6.7K


ଆଜି ମୁଁ ଯାଉଛି ଘଟଗାଁ କୁ ,
            ଦେଖିବି ବୋଲି ମୋ ମାଆ କୁ !
କରୁଣା ମୟୀ ସେ ଜୟ ମା' ତାରିଣୀ ,
   ଅଭୟ ଦାୟିନୀ ପୁଣି ଶଙ୍କର ଘରଣୀ !
ମା' ତୁହି ଜଗତର ଆଶା ଓ ବିଶ୍ୱାସ ,
    ତୋପାଖେ ରହିଛି ମୋର ଜୀବନ ନିଶ୍ୱାସ !
ଭକତ ପାଇଁ କି ତୁହି ଅଟୁଲୋ ତାରିଣୀ ,
       ଗୋବିନ୍ଦ ଭଞ୍ଜ ଙ୍କର ଏ ଅମୂଲ୍ୟର ବାଣୀ !
ଶାଳୁଆ ବଣରେ ମା'ଲୋ ତୋହରି ନିବାସ ,
        କେତେ ଦୂରୁ ଡାକିଥାଉ ଭକ୍ତ ମୋର ଆସ !
ସମ୍ବଲପୁର ରେ ମା'ଲୋ ତୁହି ସମଲେଇ ,
          ଯାଜପୁରେ ବୋଲାଉ ତୁ ନାମ ବିରଜାଈ !
ଏକା ନାମ ଏକା ସ୍ୱର ଅଟୁଲୋ ତୁ ମା' ,
          ମୋଜୀବନ ପ୍ରତିକ୍ଷଣେ ହେଉଥିବୁ ସାହା !
ମୁଁହି ଅରକ୍ଷିତ ମା' ଲୋ ଆଶ୍ରା କଲି ତୋତେ  ,
      ଏ ଘୋର ସଂସାରୁ ମା'ଲୋ ରକ୍ଷା କର ମୋତେ  !
ନାହିଁ ମୋର ଧନ ଜନ,ନାହିଁ ବନ୍ଧୁ ବର୍ଗ  ,
            କରୁଛି ଏ ଜୀବନ କୁ ତୋ ପାଦେ ଉତ୍ସର୍ଗ  !
 ସଂପର୍କ ର ବନ୍ଧନରେ  ରହୁତୁ  ଅତୁଟ  ,
              ମୋର ଏହି ଜୀବନ କୁ ନଦେବୁ ଶଙ୍କଟ !
ବିଦ୍ୟାମୟୀ  ଜଗତର ଅଟୁଲୋ ତୁ ରାଣୀ  ,
            ଶଙ୍କଟ ହାରିଣୀ ବୋଲି ବୋଲାଉ ତାରିଣୀ !
ଜୟ ,ଜୟ,ଜୟ ମା' ଲୋ  ଘଟଗାଁ ର ରାଣୀ ,
            ହେ ମା' ତାରିଣୀ ତୋ ପାଖେ ମୁହିଁ  ୠଣୀ !!

  




Rate this content
Log in