Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pratap nayak

Tragedy

2  

pratap nayak

Tragedy

ଅଳସ ଅପରାହ୍ନ

ଅଳସ ଅପରାହ୍ନ

1 min
6.5K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଅଳସ ଅପରାହ୍ନ

ହାଇ ମାରେ ଶାଳୁଆ ବଣରେ ...

ଅକ୍ଟୋପାସ ଖରା ଛତାରା ହେଇ

ଚାରିକାତ ମେଲେଇଛି ତା'ରି ଡାଳରେ..

ଅନବରତ ରିମଝିମ୍ ଝିଂକାରୀର ସ୍ୱର

ସିନ୍ଦୁର ଲେପୁଛି

ବୁଦିକିଆ ସଂଜ ବେଳଟାରେ.....

ଲୋଟଣିପାରା ସଦୃଶ ବାଘୁଆ ଶୀତଟା

ଖାଲି ଯା ଜଡୋଉଛି ମଶିଣା ଭିତରେ...

ପରଦେଶରେ ସମଲେଇ ବାପ

କେମିତି ନିଆଁ ପଉଁଛି ଏକୁଟିଆ କେଜାଣି

ମନ ପକୋଉନି ଆମ ପଉଲୁ ରାତିକି

ଭାବନାରେ ଆସୁଛି ସିନା !

ହେଲେ କଉଣି ମାରି ଜମା ମଶିଣା ଟାଣୁନି.....

ବୁଢା ଆଂଗୁଠି ପାଟିରେ ପୁରେଇ

ନିଧଡକ ଶୋଇଛି ସମଲେଇ

ପିଲାଙ୍କୁ ଶୀତ ହୁଏନା ପରା .....

ବୁଝୁନି ମା ମନ

ମଳିଛିଆ କାନି ଘେରୋଉଛି...


କାକର ଫାଙ୍କରୁ ଗଳୁଛି ସକାଳୁଆ ମୁଚୁକୁନି ଖରା ....

ସଳପ ନିଗାରୁଛି ତଣ୍ଟି ପେଟ ଯାଏ ଆସୁନି ମନକୁ ଏବେ

ବାଆଟା ସମଲେଇର .....

ସଜୋଉଛି ନାଉରେ ଝିଅକୁ

ଚୁରିବାକୁ ଯିବ ପଥର ମୁଣ୍ଡିଆ

ସାଂଗେସାଂଗେ ଆସିଯିବ

ଅଳସ ଅପରାହ୍ନ ପରା....


Rate this content
Log in

Similar oriya poem from Tragedy