ଧରମା, ମା ଓ ଚନ୍ଦ୍ରଭାଗା ।
ଧରମା, ମା ଓ ଚନ୍ଦ୍ରଭାଗା ।
"ଯେବେ ଯେବେ କୋଣାର୍କ
ଗଢା ହେଇଛି ,
କାହାକୁ ନା କାହାକୁ
ଧରମା ବନିବାକୁ ପଡିଛି ,
ଏଥରକ ମୋ ପାଳି ,
ବୋଉଲୋ,
ଭୁଲି ତୋର ହାତ ପରଷା,
ବାଡି ବରକୋଳି ,
ମୁଂଡି ମାରି ସାରି ,
ଚଂଦ୍ରଭାଗା ରେ ଦେବି
ଆତ୍ମବଳି,
ବାରଶ ବଢେଇ
ଆଉ ବିସୁ ମହାରଣା ର ମାନ ଆଗରେ ,
ଗୋଟିଏ ଧରମା କେବଳ ରାସ୍ତାର ଧୁଳି ,
ଯାଉଛି ଲୋ ବୋଉ ,
ମାଁ ଚଂଦ୍ରଭାଗା ନେ ମୋତେ ହାତେ ତୋଳି "
ଜଳ ସମାଧି
ସାମୁହିକ ସ୍ଵାର୍ଥ ରକ୍ଷା ଆଗରେ
ଗୋଟିଏ ଜୀବନର ମୂଲ୍ୟ ନୁହେଁ
କିଛି---------!
©®କାଶ୍ୟପ
ରାୟଗଡା ।