Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dambarudhar Bag

Others

2  

Dambarudhar Bag

Others

ସୁଧାରି ନିଅନ୍ତି ଦୋଷକୁ ମୋର

ସୁଧାରି ନିଅନ୍ତି ଦୋଷକୁ ମୋର

1 min
4.9K



ମରି ମରି କେତେ ବଞ୍ଚିବି ଯେ

ଆସ ଥରେ ଦେଖି ଯାଅ

ତମ ହାତରେ

ଗଢା ହେଇଥିବା

ମୋର ଶରୀର କୁ

ମନା କରୁନାହିଁ

ନିନ୍ଦା ବି କରୁନି

ବରଂ ନିଜକୁ ଦୋଷ ଦେଉଛି ।

ହଁ ମୋ ଭଳି ତ ଅନେକ ଶରୀର

ତିଆରି କରିଛ

ବୁଦ୍ଧି ବିବେକ ବି ଦେଇଛ

ଚିନ୍ତା କରିବାର ଶକ୍ତି ଦେଇଛ

କେତେ ବେଳେ କ'ଣ କରିବାକୁ

ହେବ ତାହା ବି ବତେଇ

ଦେଇଛ

ଭୁଲ୍ ବା ତୁମର କ'ଣ ଯେ

ଅଯଥାରେ ତୁମକୁ ଦୋଷ ଦେବି

ହଁ ଏତିକି ବୁଝି ପାରେନା

ସେମାନଙ୍କ ର ଅସୁବିଧା ନାହିଁ

ମୋର ଅନେକ ଅସୁବିଧା

ସେମାନଙ୍କର ଅଭାବ ନାହିଁ

ମୋର ଅନେକ ଅଭାବ

ସେମାନଙ୍କର ଭଲ ଖାଇବା ଅଛି

ମୋତେ ଖାଇବାକୁ ମିଳୁନାହିଁ

ସେମାନେ ସୁନ୍ଦର ପୋଷାକ ପରିଧାନ କରୁଛନ୍ତି

ମୁଁ ଚିରା ପୋଷାକ ରେ ଦିନ

କାଟୁଛି

ସେମାନଙ୍କର ଗାଡି

ବଙ୍ଗଳା ଅଛି

ମୁଁ ଝାଟିମାଟି ଘରେ ଦିନ କାଟୁଛି

ସେମାନେ ଫିଲ୍ଟର୍ ପାଣି ପିଉଛନ୍ତି

ମୁଁ ଝରଣା ପାଣିରେ

ଶୋଷ ମେଣ୍ଟାଉଛି

ସେମାନେ ତୁମକୁ

ଘିଅ ଧୂପ ଦୀପ

ନଡ଼ିଆ କଦଳୀ

ଦେଇ ପୂଜା କରିଥାନ୍ତି

ମୁଁ

ଫୁଲଟିଏ ବି ଦେଇପାରୁ ନି

ଏ ସବୁ କାହିଁକି ପ୍ରଭୁ

ମୁଁ ଆଜି ଯାଏଁ ବି

ଜାଣି ପାରିଲି ନାହିଁ ।

କାହାକୁ ଦୋଷ ଦେବି

ତମକୁ

ନିଜକୁ

ନା

ନିଜର ଭାଗ୍ୟକୁ ।

ଥରେ ମୋତେ

କହି ଦେଇପାରିବ କି?

ସୁଧାରିନିଅନ୍ତି ମୋର ସବୁ ଦୋଷ କୂ

ଯଦି ସତରେ ମୁଁ ନିଜେ ଦୋଷୀ

ହେଲେ ।

******************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି ।

ଦୂରଭାଷ -୯୧୭୮୨୨୫୭୬୪


Rate this content
Log in