Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପ୍ରେମର ଭାଷା

ପ୍ରେମର ଭାଷା

1 min
7.0K


ମାୟାଧର ମାନସିଂହ


ସକଳେ ଡାକନ୍ତି 'ତମେ' 'ତମେ' ବୋଲି

ସେ 'ତମେ' ର ମୂଲ ନାହିଁ,

ତମେ ଯେବେ ମତେ 'ତମେ' ବୋଲି କହ

ଏତେ ମିଠା କାହିଁ ପାଇଁ ?

ଦୁଇଟି ଅକ୍ଷରେ କିଣି ନେଲା ପରି

କାନକୁ ମୋହର ଲାଗେ,

ଓଠ ତବ ସଖି ଭରିଦିଏ ତାକୁ

କି ଗଭୀର ଅନୁରାଗେ ?

କେତେ ତ ଡାକନ୍ତି ଦିନ ରାତି ସଦା

'ଶୁଣ' 'ଶୁଣ' ବୋଲି ମତେ,

ତମେ ଯେବେ ଆଖି ଠାରି 'ଶୁଣ' କହ

କେ ଜାଣି କି ପ୍ରାଣେ ଘଟେ !

କେତେ ନ ଶୁଣୁଛି ଦିନ ରାତି କହ

'ହଇକିଓ' 'ହଇକିଓ'

ତମେ ଯଦି ପଛୁ ଡାକ 'ହଇକିଓ'

ସୁଧା ଧାରା ଢାଳ 'କିଓ' ?

ହେ ପ୍ରେମ-ଦେବତା ଏ ପ୍ରେମୀ-ଯୁଗଳେ

କରୁଣା ତମର ଥାଉ,

'ତମେ'-'ଶୁଣ' ତଳେ ଦୁଇଟି ଛାତିର

ଡାକ ଦୁହେଁ ଯେହ୍ନେ ପାଉ ।


ସମାପ୍ତ


Rate this content
Log in

Similar oriya poem from Classics