Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରାଜ-ଦର୍ଶନ

ରାଜ-ଦର୍ଶନ

1 min
6.8K


କବି ମାୟାଧର ମାନସିଂହ


କେଉଁ ଲୋକୁ ଆସି ଏଥି ପରବାସୀ

କଟିଲି ଦୀର୍ଘ କାଳ,

ଦେଖିଲି ଭୂଧର ଶ୍ୟାମପ୍ରାନ୍ତର

କ୍ରୀଡ଼ା ରବି,ତାରକାର ।।

ରାଜ୍ୟ ଦେଖିଲି ସିନା, ରାଜା କାହିଁ ?

ଅନ୍ତର ଉଠେ ଥରି,

ଗୋପନ ପ୍ରାସାଦ- ରୁଦ୍ଧ ଦୁଆରେ

ଯିବି କେଉଁ ପଥ ଧରି ?

ଜୀବନେଶ୍ୱରେ ଭୁବନେଶ୍ୱରେ

ଭେଟ ହେବି କେଉଁପରି ?


ତିକ୍ତ ମଧୁର ଦେଇଛ ପ୍ରଚୁର

ବିଚିତ୍ର ଅନୁଭବ,

ଦେଇଛି ନେଇଛି ଆଖିପତା ପୋଛି

ପ୍ରେମେ ଜୟ- ପରାଭବ,

ତୁମର ପ୍ରଣୟେ ଏବେ ପ୍ରାଣ କହେ

ଝାସିବ ଅଶ୍ରୁ ଭରି

ଅଭିଜ୍ଞତାର ମହାସିନ୍ଧୁରେ

ଆନନ୍ଦମୟ ଚିନ୍ମୟ ବୁଡ଼େ

ସହସ୍ର ମୋର ଛୋଟ ଅହମିକା

ଯେପରି ପଡ଼ିବ ଝରି ।

ଜୀବନେଶ୍ୱର, ହେ ଭୁବନେଶ୍ୱର,

ଭେଟ ମାଗେ ସେଇପରି ।


କେତେ ସାଥି ଆସି ଜୀବନ-ପତ୍ରେ

ଲେଖିଗଲେ କେତେ ବାଣୀ,

ବନ୍ଧୁ ବଇରି ଏ ଜୀବନ ଭରି

କେତେ ମିଳାଇଲ ଆଣି।

ଆଜି ମୋର ଖାତା ତୁମରି ବାରତା

ଧରିବ ସ୍ପଷ୍ଟ କରି,

ତୁମରି ବୀଣାର ମୃଦୁ ଝଙ୍କାରେ

ମୋ ନୟନ ଯିବ ଭରି ।

ଜୀବନେଶ୍ୱର, ହେ ଭୁବନେଶ୍ୱର,

ଭେଟ ହେଉ ସେହିପରି ।


ସମାପ୍ତ


Rate this content
Log in

Similar oriya poem from Classics