Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susmita Patel

Tragedy

2  

Susmita Patel

Tragedy

ଭଲ ହେଲା

ଭଲ ହେଲା

1 min
4.7K


ଭଲ ହେଲା

ବୋଉକୁ ଆଉ ଦେଖାଯାଉନି

ମୋତିଆବିନ୍ଦୁର ପରଳ ତଳେ

ଦବିଯାଇଛି ସେ

ଆଉ

ତାର ଜିଦ୍ ସବୁ

ସେ ନ ଦଖିଲା ନାଇଁ

ବୋହୂତ ପିନ୍ଧେଇ ଦେଉଛି ଲୁଗା

ଯୋଉଥିରେ ଶହେ ଦାଗବି

ଧରାପଡୁନି

ନଚେତ୍ କେତେଦିନୁ ବୋଉ

ତିଆରି ସାରନ୍ତାଣି

ଆଉ ଖଣ୍ଡେ କନ୍ଥା ।


ଭଲ ହେଲା

ବୋଉ କୁ ଆଉ ଦେଖାଯାଉନି

ନଚେତ୍

ଘରଉଠେଇ ସାରନ୍ତାଣି

ତା ପାନବାକ୍ସ ରଙ୍ଗେଇବାକୁ

ରୂପାବଟୁଆ ମଜେଇବାକୁ ।

ଏବେ ପାନବାକ୍ସରେ

ଚୂନ ଖଇରର ଆସ୍ତରଣ

ଆଉ ବଟୁଆରେ

ପରସ୍ତେ କଳା ଆବରଣ

ହେଲେବି ବୋଉ ମଉନ !


ଭଲ ହୋଇଛି

ବୋଉକୁ ଆଉ ଦେଖାଯାଉନି

ଆଉ ସେ ପଢିପାରୁନି ଭାଗବତ

ଟିଭିରେ ରିୟେଲିଟି ଶୋ ଦେଖିବାବେଳେ

ଆଉ ହେଉନି ଡିଷ୍ଟପ୍

କାହାରିବି ବେଶ ପୋଷାକ ରେ

ପକେଇପାରୁନି ନଜର

ବାପାଙ୍କ ଧୋତିରେ ନୀଳ କଷେଇବାକୁ

ଆଉ ହେଉନି ଆଗଭର

କଳି,କତରାଳ ।


ଭଲହେଲା ବୋଉ

ଆଉ କରି ପାରୁନି ଆଚାର,ପାମ୍ପଡ଼

ଯୋଉଥିରେ କି ଥାଏ

ମୋ ସହିତ ସଭିଙ୍କର ଭାଗ

ଏଥର କିଛି ଖର୍ଚ୍ଚ ତ କମିଯିବ ।


ଭଲହେଲା

ବୋଉକୁ ଆଉ ଦେଖାଯାଉନି

ନଚେତ୍ ବାରି ଓ ଦାଣ୍ଡର

ଘାସ ବଅଁଁଶ ଦେଖି

ତା ସାଥେ ସାଥେ

ମୋତେବି କାମରେ ଲଗାନ୍ତାଣି

ଫି ଥର ।


ଭଲହେଲା

ବୋଉ ଆଉ ଦେଖିପାରୁନୁ

ନଚେତ୍ ତୁ କ'ଣ ଓହ୍ଲେଇବାକୁ ଦିଅନ୍ତୁ

ତୋ ପିଲାବେଳଠୁ ମୋର ଆଜିଯାକ ସ୍ମୁତି

ଯୋଉଗୁଡା କି ଆଜି ଷ୍ଟୋର ରୁମ୍ ର କଏଦୀ ।


ଭଲହେଲା ବୋଉ

ତୁ ଆଉ ଦେଖିପାରୁନୁ

ନଚେତ୍ ତୋ ବିଛଣାରେ

ଶୋଇବା ହୁଅନ୍ତା କଷ୍ଟ

ତୋ ରୁମ୍ ରେ

ରଖାଥିବା ବାସନରେ ଆଉ

ଖାଇ ପାରନ୍ତୁନି ଭାତ !

ଭଲ ହେଲା ବୋଉ....ଭାରି ଭଲ ହେଲା ।


Rate this content
Log in

Similar oriya poem from Tragedy