କାନ୍ଦେ ଆଦିବାସୀ ପୁଅ
କାନ୍ଦେ ଆଦିବାସୀ ପୁଅ
କାନ୍ଦେ ଆଦିବାସୀ ପୁଅ
ପର୍ଶୁରାମ ବିଶ୍ୱାଳ
ଶ୍ରୀମନ୍ଦିରରେ ବସି କହୁଚି କାଳିଆ ଆଖିରୁ ଝରାଇ ଲୁହ
ସ୍ୱାଧୀନତା ଅଡ଼ଷଠି ବିତିଗଲା, କାନ୍ଦେ ଆଦିବାସୀ ପୁଅ
ହେ ସର୍କାର ତମେ କରୁଚ କଅଣ
ଏହାର ଜବାବ ଦିଅ ।
ଆଦିବାସୀ ଗାଆଁ ନାହିଁ ରାସ୍ତାଘାଟ, ସେ ବଣ-ପାହାଡ଼ଘେରା
ପିଲା ଜନ୍ମଦେବ ମାଆଟିଏ କାହିଁ, ପଡ଼ିଚି ସେ ଅପନ୍ତରା
ବାଟ ନାହିଁ କେହ୍ନେ ଯିବ ମେଡିକାଲ
କି ଉତ୍ତର ଦବ ଦିଅ ।
କୁସଂସ୍କାର, ଅନ୍ଧବିଶ୍ୱାସ ଆଜି ତା ମନେ ବାନ୍ଧିଅଛି ବସା
ଗୁଣୀଗାରେଡ଼ି ସେ କରୁଚି ଭରସା, ହେଉଅଛି ଲୋକହସା
ସଚେତନତାର ବାର୍ତ୍ତାଟି ଏଯାଏ
କାହିଁକି ଦେଇନ କୁହ ।
ବଣ ଫଳମୂଳ, କାଠ ଆଶ୍ରା କରି ବିତାଉଚି ତା’ର ଦିନ
ତମର ବିକାଶଧାରା ଅପହଞ୍ଚ, କେବେ ଯିବ ତା ଦୁର୍ଦ୍ଦିନ
ବୃଥା ଖାଲି ଯାହା ପିଟୁଚ ଡିଣ୍ଡିମ
ସିଏ ଆମ ଗେହ୍ଲା ପୁଅ ।
କେବେ କୁହ ତମେ ବୁଝିବ ମୋ ସେଇ ଗରିବ ପୁଅର ଦୁଃଖ
ବଞ୍ଚିବା ପାଇଁ ସେ କରୁଚି ସଂଗ୍ରାମ, ଖୋଜୁନାହିଁ ରାଜସୁଖ
ତା’ର ଅଧିକାର ଦିଅ ସରକାର
ଛାଡ଼ି ଆଉ ସବୁ ମୋହ ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****