Audio

Forum

Read

Contests

Language


Write

Sign in
Wohoo!,
Dear user,
ଆଦି ବ୍ରହ୍ମ ଯୋଗମାୟା । କାଶ୍ୟପ ।
ଆଦି ବ୍ରହ୍ମ ଯୋଗମାୟା । କାଶ୍ୟପ ।
★★★★★

© Ram Prasad Bisoi

Others

1 Minutes   6.8K    2


Content Ranking

  • ଶୂନ୍ୟ ଆକାଶରେ ଝୁଲୁଛି ତୃଶଙ୍କୁ ଭଳି ଆଜିର ଯାନ୍ତ୍ରିକ ଜୀବନ ନେଇ ମନେ ଅଭିଳାଷ ସହ ଶରୀରେ ଯିବାକୁ କୋଇଲି ବୈକୁଣ୍ଠ,। (୧)

    କିଛି ପ୍ରିତିର ପରଶ , ଭାବର ବନ୍ଧନ ତ ଅନେକ ଲାଗୁଛି ଖାଲି ବଞ୍ଚି ଚାଲିବା ଏକ ନାଟକ, କିଛି ଛାଡି ଯିବା,,କିଛି ବାଣ୍ଟି ଯିବା କିଛି ସ୍ମୃତି ରେ ବଞ୍ଚି ରହିବା ଯଦି ଜୀବନର ପରିଭାଷା , କିଏ ! ଅଟକାଉଛି ଖୋଜିବାକୁ, ଜନ୍ମ ,ଦୁଃଖ,ଜରା, ମୃତ୍ୟୁବିହୀନ,ମୋକ୍ଷ ଆଉ ସ୍ବର୍ଗଦ୍ବାର । (୨)

    ଜଠର ଯାହାର ରକ୍ତ ବୀର୍ଯ୍ୟରେ ସୃଷ୍ଟି ପ୍ରକୃତି ଆଉ ପୁରୁଷ ଯାହାର ମାୟା ଈଶ୍ୱରଙ୍କୁବି ଅଗୋଚର, କିଏ ? ସେ ,ନାରୀ, ଭଗ୍ନି,ଦୁହିତା,ଶଯ୍ୟାସଙ୍ଗିନୀ, ପତ୍ନୀ, ମାତା ମମତାମୟୀ, ମାୟା ଅବା ଯୋଗମାୟା, ରତିପ୍ରିୟାଉର୍ବଶୀ ବିଶ୍ଵାମିତ୍ରଙ୍କ ତୋପୋକଳ୍ପ ମେନକା, ସୃଷ୍ଠି ହେବ କି ? ଆଧୁନିକ ଶକୁନ୍ତଳା, ରଚିତ ହେବ କି ? ଅଭିନବ ମହାଭାରତ ଅନ୍ୟ ଏକ ଯୁଗଉପଯୋଗୀ ଧର୍ମୀ ଗୀତା ସାର କିଏ ? ସେ ପ୍ରକୃତି ,ସୃଷ୍ଟିର ଜଠର , କିଏ ? ସେ ମମତାମୟୀ ନୂତନ ସୃଷ୍ଟିର ଆଧାର ଆଦି ବ୍ରହ୍ମ ଯୋଗମାୟା । (୩)

    ରାମ ପ୍ରସାଦ ବିଶୋଇ । ତା-୦୮-୦୬-୧୬, ସମୟ-ସକାଳ-୮-୧୨ମିନିଟ , ରାୟଗଡ଼ା ।

     
     
 
 

ଆଦି ବ୍ରହ୍ମ ଯୋଗମାୟା । କାଶ୍ୟପ ।

Rate the content


Originality
Flow
Language
Cover design

Comments

Post


Some text some message..