Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalatendu Kabi

Children Drama Inspirational

5.0  

Lalatendu Kabi

Children Drama Inspirational

ଯାଉ ବାହୁଡ଼ି

ଯାଉ ବାହୁଡ଼ି

1 min
13.1K


ଯାଉ ବାହୁଡ଼ି

ଲଲାଟେନ୍ଦୁ କବି ୨୦୧୭୦୧୧୭-୦୪୪୨

ଲାଗନା ତାସାଥେ ମାଆଗୋ ସେ ତ ଯାଇଛି ଥକି;

ଟିକିଟିକି ଆଖି ଏଡ଼ିକି ବେଗି ଫିଟେଇବ କି ??   -୧

 

ଖୋଜିଖୋଜି ସିଏ ଶୋଇଲା ତା'ର ଖେଳନା ଯେତେ;

ପୁଅ ଝିଅ ନାତି ନାତୁଣି ଆଣି ଦେଲ କି ହାତେ ??  -୨

 

ପରୀ କନ୍ୟା, ପାରିଜାତର ଗଛ, ସରଗ ଶଶୀ,

ଦେଲକି ତା' ମନପବନ ଘୋଡ଼ା, ଖେଳନ୍ତା ବସି ||  -୩

 

ଦେଲକି ଡେକିଚି କେଟେଲି, କରି ପିଆନ୍ତା ଚାହା;

ରଜା ପୁଅଝିଅ ଦେଲକି ପାଶେ, କରନ୍ତା ବାହା ||  -୪

 

ହସହସ ଦିଶେ ତା' ମୁହଁ, ମାତା ଲାଗନା ଆଉ;

ଆର ଗାଆଁଝିଅ ସିଏଗୋ ଶୋଇଥିବ ତ ଥାଉ ||  -୫

 

ନଈ ଆରପାରି ବନସ୍ତେ ତା'ର ପୁରୁଣାଘର;

ଏଠି ଆସିଥିଲା ଦେଖି ତା' ସାଙ୍ଗସାଥୀ ସୋଦର ||  -୬

 

ନିଦରୁ ଉଠି ସେ ଯିବଗୋ ଚାଲି ନଈ ସେପାରି;

କୁଙ୍କୁମ ଅଳତା ପିନ୍ଧେଇ ଦିଅ ଯିବ ସେ ଫେରି ||  -୭

 

ଦୁଇଦୁଇ ପଟ ତା'ହାତେ ଦିଅ ପିନ୍ଧେଇ ଚୁଡ଼ି;

ମଥାପାଖେ ଥୋଇ ଦିଅଗୋ ତା'ର ଛୋଟିଆ ଶାଢ଼ୀ ||  -୮

 

ବିଛଣା ଉପରେ ତା' ବହିଖାତା ଦିଅ ମା ରଖି;

ଗୀତାରୁ ଅଧ୍ୟାୟେ ତାହାକୁ ପଢ଼ି ଶୁଣାଇବ କି ??  -୯

 

ଫେରିଯାଅ ମାଆ ଘରକୁ ତୁମ, ସେ ଜାଗା ଛାଡ଼ି;

କେତେ ଦିନ ଥିବ ଛାଡ଼ି ସେ ଘର, ଯାଉ ବାହୁଡ଼ି ||  -୧୦

  

 


Rate this content
Log in

Similar oriya poem from Children