Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ଇଂରାଜୀ ନବବର୍ଷର ବାର୍ତ୍ତା

ଇଂରାଜୀ ନବବର୍ଷର ବାର୍ତ୍ତା

1 min
196



ସଂସାର ସୁଅରେ ଏ ଜୀବନ ଧାର

କେବେ ଧୀର କେବେ ଖର

ଘାତ ପ୍ରତିଘାତ ସହିବାକୁ ତାର

ନିଜେ ବିବେଚନା କର ।

ସୁଖଦୁଃଖ ଆଉ ମାନ ଅପମାନ

ମିଳିବ ସଂସାର ଠାରୁ

ଜୀଇଁବାକୁ ଏଠି ଅଥର୍ବ ସମାନ

ମିଛେ କେତେ ମନ ମାରୁ ।

ଖାଲଢିପ ପଥେ ଯିବୁ ପାର ହୋଇ

ଆସିଛୁ ଏଯାଏଁ ଯଦି

ପାରି ହେବୁ ବାଟ ଆଖିଲୁହ ଧୋଇ

ଜଞ୍ଜାଳ ଯେତେକ ଲଦି ।

କର୍ତ୍ତବ୍ୟ ଦାୟିତ୍ୱ ସରିବନି ଭାଇ

ଲାଗିଥିବ ଶୋକ ହର୍ଷ

ପୂର୍ବ ପରି ସବୁ ଭଲମନ୍ଦ ପାଇ

ବିତେ ବର୍ଷ ପରେ ବର୍ଷ ।

ଚୈତ୍ରମାସ ପରେ ଘରେ ଗ୍ରାମପୁରେ

ଫଗୁଣ ମିଠା ପରଶେ

ପୂଜାର ପାର୍ବଣେ ଭକ୍ତିରସ ପୂରେ

ଆମରି ନବ ବରଷେ ।

ବିଶ୍ବ ନିୟନ୍ତାଙ୍କୁ କୃତାଞ୍ଜଳି ଦେଇ

କରୁ ନିବେଦନ କେତେ

ନାଉରୀଟେ ହୋଇ ପାରି କରି ନେଇ

ହରିବାକୁ ଦୁଃଖ ଯେତେ ।

ପାଶ୍ଚାତ୍ୟ ଢାଞ୍ଚାରେ ପାଳୁ ଆଜି ସିନା

ନୂତନ ବରଷ କଳି

ଉତ୍ଶୃଙ୍ଖଳ ହୋଇ ଦୟାମାୟା ବିନା

କେତେ ଜୀବ ଦେଉ ବଳି ।

ନାଚଗୀତ ରସେ ମଦମାଂସ ଭାସେ

ନିଶାର୍ଦ୍ଧରେ ବାଣ ଫୁଟେ

ଆସକ୍ତିରେ ପୂରି ଭାବ ଯେବେ ଆସେ

ପବିତ୍ର ସମ୍ବନ୍ଧ ତୁଟେ ।

ଜଗତ ସେବାରେ ପରମାର୍ଥେ ଆମ

ଲାଗି ରହୁ ମନ ପ୍ରାଣ

ଶୁଭ ଅବସରେ କଲେ ଶୁଭ କାମ

ସଙ୍କଟୁ ପାଇବା ତ୍ରାଣ ।


ପ୍ରସନ୍ନ କୁମାର ମାଦଳା


Rate this content
Log in